Below header

ଘରୁ ଡାକି ନେଇ ବନ୍ଧୁତାରେ ଦେଲା ଧୋକା, ବ୍ରାଉନ ସୁଗାର ଜବତକୁ ନେଇ ଗୁଳିକାଣ୍ଡ

ଭଞ୍ଜନଗର : (କେନ୍ୟୁଜ) : ଗତ କିଛିଦିନ ତଳେ ଭୁବନେଶ୍ୱରରେ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ ଘଟଣାକୁ କେନ୍ଦ୍ର କରି ଗଂଜାମ ଜିଲ୍ଲାରେ ଗୁଳିକାଣ୍ଡ ଘଟିଛି। ଆଜି ସକାଳେ କଳାପଥର ନିକଟ ମାଣିକପଡା ଗ୍ରାମର ରଞ୍ଜନ ଦଳେଇ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ପ୍ରଥମେ ବୁଗୁଡା ଡାକ୍ତରଖାନା ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଗୁଳିକାଣ୍ଡ ତାଙ୍କ ସାଙ୍ଗ ଅର୍ଜୁନ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ରଞ୍ଜନ ଫେରାର ଥିବାବେଳେ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

ସୂଚନା ମିଳିଛି ଯେ ବ୍ରାଉନ ସୁଗାର ବିକ୍ରି ପରେ ତାଙ୍କ ଭଗବଣ୍ଟାକୁ ନେଇ ସେମାନଙ୍କ ଭିତରେ ଗୁଳି କାଣ୍ଡ ଘଟିଥିଲା.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.