ସଟଡାଉନକୁ ମାନୁ ନାହାନ୍ତି ଅମାନିଆ ଲୋକେ, ୧୫୬ ଜଣ ଉଲଂଘନକାରୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ) : କରୋନାରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ସରକାର ରାଜ୍ୟବାସୀଙ୍କୁ ଅନୁରୋଧ ସହ ଆହ୍ୱାନ ଦେଇଥିଲେ ଯେ କରୋନା ଲକ୍ଷଣ ଦେଖାଦେଲେ ସେମାନେ କ୍ୱାରେଣ୍ଟାଇନରେ ରୁହନ୍ତୁ ଏବଂ ଘରେ ଥିଲେ ସଙ୍ଗରୋଧ ରୁହନ୍ତୁ । ଏହାସହ ଗତକାଲି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଭୁବନେଶ୍ୱର, ଭଦ୍ରକ, ଯାଜପୁର ଓ କଟକରେ ୪୮ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନକୁ ମାନି ସମସ୍ତେ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଥିଲେ । କିନ୍ତୁ ଏହି କର୍ଫ୍ୟୁ ନିୟମକୁ ନମାନି ୬୩ ଜଣ ବାହାରେ ବୁଲୁଥିଲେ ।

ସଟ୍‌ଡାଉନ୍‌ର ପ୍ରଥମ ଦିନରେ ଭୁବନେଶ୍ୱରରେ ଲୋକମାନଙ୍କର ସମର୍ଥନ ରହିଥିବା ପରିଲକ୍ଷିତ ହୋଇଥିଲା। କିନ୍ତୁ ରାତି ସୁଦ୍ଧା ବିନା‌ କାରଣରେ ସଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ବାହାରକୁ ବାହାରିଥିବା ପାଖାପାଖି ୧୫୬ଲୋକଙ୍କୁ ବାଧ୍ୟତାମୂଳକ କ୍ବାରାଣ୍ଟିନ୍‌‌‌ରେ ରଖିବା ପାଇଁ ପୁଲିସ୍‌ ଉଠାଇ ନେଇଥିଲା। କିନ୍ତୁ ପରେ ସେମାନଙ୍କର ପରିସ୍ଥିତି ସମ୍ବନ୍ଧରେ ପଚରାଉଚରା କରାଯାଇଥିଲା। କେତେକ ଜରୁରୀ କାମରେ ବାହାରକୁ ଆସିଥିବା ଜଣାପଡିଥିଲା। ଏଣୁ ସେମାନଙ୍କ ମଧ୍ୟରୁ ୧୧୦ଜଣଙ୍କୁ ଘର ପାଖରେ ଛାଡ଼ି ଦିଆଯାଇଥିଲା। ଅନ୍ୟପଟେ ୪୬ଜଣଙ୍କୁ ଓୟୁଏଟି ଗେଷ୍ଟ ହାଉସ୍‌ରେ କରାଯାଇଥିବା କ୍ବାରାଣ୍ଟିନ୍‌‌‌ ସେଣ୍ଟରକୁ ନିଆଯାଇଛି। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.