କୋଭିଡ-୧୯ : ଦେଶରେ ଏଯାଏଁ ୧.୩୨ ଲକ୍ଷରୁ ଉର୍ଦ୍ଧ୍ୱ ଅଧିକ ମାସ୍କ ପ୍ରସ୍ତୁତ, ତିଆରି କରିବାରେ ଲାଗିଛନ୍ତି ୬୫ ହଜାର କାରିଗର

କରୋନା ଭାଇରସର ସଂକ୍ରମଣ ଭୟ ଏବେ ସମଗ୍ର ବିଶ୍ୱକୁ ଥରହର କରିଛି । ଚାଇନାରୁ ବ୍ୟାପୀଥିବା ଏହି ଭୟଙ୍କର ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଗଲାଣି । ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ଆକ୍ରାନ୍ତ । ଏଥିରୁ ବର୍ତ୍ତିବା ପାଇଁ ଲୋକେ ମାସ୍କ ଏବଂ ସାନିଟାଇଜରର ବ୍ୟବହାର କରୁଛନ୍ତି । ଭାରତରେ ମଧ୍ୟ ଏହି ଭାଇରସ ମାଡିବାରେ ଲାଗିଛି । ଏପର୍ଯ୍ୟନ୍ତ ଭାରତରେ ୩ ହଜାରରୁ ଉଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ୬୫ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିସାରିଲେଣି । ଏହାକୁ ଦୃଷ୍ଟିରେ ରଖି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ ସାହାଯ୍ୟରେ ୩୯୯ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ସାହାଯ୍ୟରେ ମାସ୍କ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ସଂପୂର୍ଣର୍ ଦେଶରେ ୧୪,୫୨୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ୬୫ ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ୧୩୨ ଲକ୍ଷ ରୁ ଅଧିକ ମାସ୍କ ତିଆରି କରିସାରିଛନ୍ତି ।

mask

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାମାରୀ ସଙ୍କଟରୁ ଲଢିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଆଗକୁ ଅଣ୍ଟା ଭିଡିଛନ୍ତି । ଏପର୍ଯ୍ୟନ୍ତ ହରିଆଣାର ଚଅଟି ଜିଲ୍ଲାରେ ୪୮ଟି ଏସ୍‍ଏଚଜି ଗ୍ରୁପ ଏପ୍ରିଲ ପର୍ଯ୍ୟନ୍ତ ୧,୪୬,୦୮୦ ମାସ୍କ ପ୍ରସ୍ତୁତ କରି ଦେଇଛନ୍ତି । ଏହାପରେ ହିମାଚଳର ଆଠଟି ଜିଲ୍ଲାର ୧୫୦ଟି ଏସ୍‍ଏଚଜି ଗ୍ରୁପ ଏହି କାମରେ ଲାଗିଛନ୍ତି । ସେମାନେ ଏପର୍ଯ୍ୟନ୍ତ ଏକ ଲକ୍ଷ ମାସ୍କ ପ୍ରସ୍ତୁତ କରି ଦେଇଛନ୍ତି ।

shg

ପଞ୍ଜାବର ୧୫ଟି ଜିଲ୍ଲାର ୫୭୫ ଏସଏଚଜି ଗ୍ରୁପ ୪୩ ହଜାର ମାସ୍କ, ଉତ୍ତରପ୍ରଦେଶର ୪୯ ଜିଲ୍ଲାର ୯୮୬ ଏସ୍‍ଏଚଜି ଗ୍ରୁପ ୬୪ ହଜାର ମାସ୍କ, ଉତ୍ତରାଖଣ୍ଡର ଦଶଟି ଜିଲ୍ଲାର ୧୧୨ଟି ଏସଏଚଜି ଗ୍ରୁପ ୪ ଲକ୍ଷରୁ ଉର୍ଦ୍ଧ୍ୱ ମାସ୍କ, ଆନ୍ଧ୍ରପ୍ରଦେଶର ୫ଟି ଜିଲ୍ଲାର ୪୨୮୧ ଏସଏଚଜି ଗ୍ରୁପ, ତାମିଲନାଡୁ ୩୨ଟି ଜିଲ୍ଲାର ୧୯୨୭ ଏସଏଚଜି ଗ୍ରୁପ ଯଥାକ୍ରମେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ମାସ୍କ ଏବଂ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ମାସ୍କ ପ୍ରସ୍ତୁତ କରିଦେଇଛନ୍ତି । ଏହାଛଡା ବିହାର, ଛତିଶଗଡ, ଗୁଜୁରାଟ, କେରଳ, ମଧ୍ୟପ୍ରଦେଶ ମଧ୍ୟ ଏପରି ମାସ୍କ ତିଆରିରେ ଲାଗିପଡିଛନ୍ତି ବୋଲି ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.