ଯାଜପୁର ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ, ସବୁଆଡେ ଶୂନଶାନ ଖାଁ ଖାଁ ପରିବେଶ

ଯାଜପୁର ଟାଉନ (କେନ୍ୟୁଜ) : କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲ୍ଲାରେ ୪୮ ଘଣ୍ଟିଆ ସଟ ଡାଉନ ଚାଲିଛି । ଏହାର ପ୍ରଭାବ ଆଜି ଅନୁଭୁତ ହୋଇଛି । କେବଳ ଔଷଧ ଦୋକାନକୁ ଛାଡି ଦେଲେ ସବୁ ବଜାର ଘାଟ ବନ୍ଦ ରହିଛି । ସବୁଆଡେ ଶୁନଶାନ,ଖାଁ ଖାଁ ପରିବେଶ । ଯାଜପୁରଜିଲ୍ଲାର ବ୍ରହ୍ମବରଦା ଅଂଚଳରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନେଇଛି ଜିଲାପ୍ରଶାସନ । ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସହିତ ଯାଜପୁର ଓ ବ୍ୟାସନଗର ପୌରାଂଚଳରେ ଏହି ସଟଡାଉନ ଆସନ୍ତା କାଲି ରାତି ୮ଟା ପର୍ଯ୍ୟନ୍ତ ବଳବତର ରହିବ ।

JAJPUR-2

ଏହି ସଟ ଡାଉନକୁ ସପଂଳ କରିବା ପାଇଁ ଗତକାଲି ରାତିରେ ଯାଜପୁର ପ୍ରଶାସନ ପକ୍ଷରୁ ପ୍ଲାଗ ମାର୍ଚ କରାଯାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଟିମ ଜିଲାର ବିଭିନ୍ନ ଅଂଚଳ ଗସ୍ତ କରି ଯାଜପୁର ସହରରେ ବୁଲି ବୁଲି ସଟ ଡାଉନ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ଘରୁ ବାହାରିଲେ ଜବରଦସ୍ତ ୧୪ ଦିନିଆ କ୍ୱାରେନଟାଇନରେ ରହିବାକୁ ବାଧ୍ୟ କରାଯିବ । ସେପଟେ ପ୍ରଶାସନର ଏପରି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଜିଲାବାସୀ । ନିଜ ଘରେ ରହି ସମୟ କାଟି ପ୍ରଶାସନର ନିଷ୍ପତି ମାନିଲେ କୋରୋନାକୁ ରୋକି ହେବ ବୋଲି ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.