Below header

ହସ୍ପିଟାଲର ୭ମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କରୋନା ପୀଡିତ

ବର୍ତ୍ତମାନ ସାରା ବିଶ୍ୱରେ କରୋନାର ଭୟ ଆତଙ୍କ ଖେଳାଇଛି। ଏନେଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରେ ପହଞ୍ଚିଥିବା ବେଳେ ୬୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କିଛି ଲୋକମାନେ ମଧ୍ୟ କରୋନା ହେବା ଭୟରେ ଆତ୍ମହତ୍ୟା କରିଦେଉଛନ୍ତି। ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ବ୍ୟକ୍ତି ହସ୍ପିଟାଲର ୭ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ ଏୟାରପୋର୍ଟ ଅଥରୀଟି ସଂକ୍ରମିତ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଭୟରେ ବ୍ୟକ୍ତି ଜଣକ ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.