ଲୋନ୍‌ ପାଇଁ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ଼ : ଦିନ ଦ୍ୱିପହରରେ ବ୍ୟାଙ୍କରେ ଗୁଳିମାଡ଼। ଟିଟିଲାଗଡ଼ର ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼ ହୋଇଛି। ଦିନ ଦ୍ୱିପହରରେ ୩ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଲୋନ୍‌ ପାଇଁ ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ। ତା ସହ ପାସବୁକ୍‌ ଖୋଲିବା ପାଇଁ ମଧ୍ୟ କହିଥିଲେ। ବ୍ୟାଙ୍କ ଲୁଟ୍‌ କରିବାକୁ ଉଦ୍ୟମ କରି ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଲୁଟ୍‌ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ମ୍ୟାନେଜର କୈଳାସ ଦୋରାଙ୍କ ପେଟରେ ୩ଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

You might also like