ସରୁନାହିଁ ଅପେକ୍ଷା, ତିନିବର୍ଷ ହେଲା ଝିଅର ଫେରିବା ବାଟକୁ ଅନାଇ ବସିଛନ୍ତି ବାପା ମା’

ସୁବର୍ଣ୍ଣପୁର : ତିନିବର୍ଷ ହେଲା ଝିଅର ଫେରିବା ବାଟକୁ ଅନାଇ ବସିଛନ୍ତି ବାପା ମାଆ । ହେଲେ ଝିଅ ଫେରିନାହିଁ । ସୁବର୍ଣ୍ଣପୁର ଜିଲ୍ଲା କଳାପଥର ପଞ୍ଚାୟତ ବାଙ୍କବିଜା ଗାଁର ଭିକାରୀ ବାଘ ତିନି ଝିଅ ଦୁଇପୁଅ ଓ ପତ୍ନୀଙ୍କ ସହ ଖୁସିରେ ଥିଲେ । ବଡଝିଅର ବାହାଘର ସରିଛି । ମଝିଆ ଝିଅ ଦଶମ ଶ୍ରେଣୀରେ ପଢୁଥିଲା, ହେଲେ ତିନିବର୍ଷ ହେବ ନିଖୋଜ ଅଛି । ଗତ ଅଗଷ୍ଟ ୨୦୧୫ରୁ ସେ ନିଖୋଜ ହୋଇଥିବା ବେଳେ ଆଜିଯାଏ ତାର ପତ୍ତା ମିଳିନାହିଁ । ଭିକାରୀ ଥାନାରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳିନି । ଏପରିକି ଭିକାରୀ ତାଙ୍କ ବଡ଼ ଜ୍ୱାଇଁପୁଅ ମଝିଆ ଝିଅକୁ ଅପହରଣ କରିଥିବା ମଧ୍ୟ ସନ୍ଦେହ କରୁଛନ୍ତି । ଏବେ ପୋଲିସର ଅବହେଳାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭିକାରୀ ଓ ତାଙ୍କ ପତ୍ନୀ । ଭିକାରୀଙ୍କ ଅଭିଯୋଗ କ୍ରମେ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.