Below header

ବାର୍ଡ ଫ୍ଲୁ ଅଧିକ ସଂକ୍ରମିତ ହେବାରେ ଲାଗିଛି, ୮ ଦିନ ହେଲା ଚାଲିଛି କୁକୁଡା ମରା ଅଭିଯାନ

ପୁରୀ : କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଅଧିକ ସଂକ୍ରମିତ ହେବାରେ ଲାଗିଛି । ଦିନକୁ ଦିନ ଏହି ରୋଗ ଅଧିକ ଅଞ୍ଚଳକୁ ସଂକ୍ରମିତ ହେବାରେ ଲାଗିଛି । ଗତ ୧୪ ତାରିଖରେ ମାଲୁଦ ଅଞ୍ଚଳରୁ ପ୍ରଥମେ କୁକୁଡା ମରା ଅଭିଯାନ ହୋଇଥିଲା । ଆଜିକୁ ୮ ଦିନ ହେଲା କୃଷ୍ଣପ୍ରସାଦର ବିଭିନ୍ନ ଅଞ୍ଚଳରୁ କୁକୁଡା ମରା ଅଭିଯାନ ଚାଲିଛି । ଏହା ସଂକ୍ରମିତ ହୋଇ ପ୍ରାୟ କୃଷ୍ଣପ୍ରସାଦ ବ୍ଲକର ଅନେକ ଗାଁକୁ ବ୍ୟାପିଛି । ଗତକାଲି କହ୍ନେଇପୁର ଗାଁରେ ଗୋଟିଏ ଟିମ ଫାର୍ମ କୁକୁଡା ମାରିବା ସହ ଗାଁରେ ଥିବା ଗୃହ ପାଳିତ କୁକୁଡା ଗୁଡିକୁ ମାରି ପୋତୁଛନ୍ତି । ଆଜି ମାଲୁଦ ଅଞ୍ଚଳର ସାନସାହି, ବଡସାହି ଓ ବାଉରୀ ପଲ୍ଲି ଗାଁରେ କୁକୁଡା ମରା ଅଭିଯାନ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.