Below header

ସମୁଦ୍ର କୂଳରେ ମାଛ ମଡକ

ଗଜପତି(କେ ନ୍ୟୁଜ) ; ଗଜପତି ଜିଲ୍ଲା ନିକଟରେ ଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ସୋମପେଟା ମଣ୍ଡଳ ଅନ୍ତର୍ଗତ ଏର୍ରାମୁକମ ଗ୍ରାମ ସମୁଦ୍ର କୂଳରେ ଆଜି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାରୁ ମିଳିଛି । ଉକ୍ତ ଅଞ୍ଚଳରେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ସମୁଦ୍ର ମାଛ ମଡକ ଲୋକଙ୍କୁ ଭୟଭୀତ କରିଛି । ତେବେ ଏହା ଉକ୍ତ ଗ୍ରାମର ସମୁଦ୍ର କୂଳର ୨କିଲୋମିଟର ପରିଧିରେ ଏହି ମାଛ ମଡକ ପଡିରହିଥିବା ଦେଖିବାକୁ ମିଳିଛି । ତେବେ ମାଛ ମଡକର ପ୍ରକୃତ କାରଣ ଅସ୍ପଷ୍ଟ ହୋଇଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶ ଏହାର ତଦନ୍ତ ଆରମ୍ଭ କରିଛି । ତେବେ ମତ୍ସ୍ୟଜୀବୀ ମାଛମାରିବାକୁ ଯାଇ କିଛିଦିନ ହେବ ବିଫଳ ହେଉଥିବା ବେଳେ ଏତେ ସଂଖ୍ୟାରେ ମାଛ କେଉଁଠୁ କେମିତି ମୃତ ଅବସ୍ଥାରେ କୂଳକୁ ପହଞ୍ଚିଲା ତାଙ୍କୁ ନେଇ ସ୍ଥାନୀୟ ବାସିନ୍ଦା ଛାନିଆ । କୌଣସି ପ୍ରାକୃତିକ ବିପର୍ଯ୍ୟୟ ନା ପରିବେଶ ପ୍ରଦୂଷଣ ବୋଲି ଲୋକେ ଅନୁମାନ ଲଗାଉଛନ୍ତି । କିଛି କିଛି ଏକ ଛୋଟଧରଣର ସୁନାମୀ କିମ୍ବା ଭୂକମ୍ପ ସମୁଦ୍ରରେ ଘଟିଥିବା ମଧ୍ୟ ସନ୍ଦେହ କରୁଛନ୍ତି । ସେପଟେ କୌଣସି ଏକ ବଡ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ମଧ୍ୟ ଭାବି ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.