ଅଚିହ୍ନା ଲୋକଙ୍କ ସହିତ ଡେଟ୍‌ରେ ଯାଉଛନ୍ତି କି ? ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ

ଆଜିକାଲି ଲୋକମାନେ ନିଜର ସମ୍ପର୍କ ଅନଲାଇନ ଜରିଆରେ କରିବାକୁ ଲାଗିଲେଣି। ଅନ୍ୟ ଭାଷାରେ ଅନଲାଇନ ଜରିଆରେ ଲୋକମାନେ ଡେଟ୍‌ କରୁଛନ୍ତି। ପସନ୍ଦ କରିବା ପରେ ଦୁହେଁ ପରସ୍ପରକୁ ସାକ୍ଷାତ ମଧ୍ୟ କରିଥାନ୍ତି। ଯଦି ଆମେ ଡେଟ୍‌ରେ ଯାଉଥିବା ଲୋକ ବିଷୟରେ କିଛି ଜାଣିନଥାନ୍ତି ତେବେ ପ୍ରଥମେ ତାଙ୍କୁ ଦେଖା କରିବାକୁ ଯିବା ପୂର୍ବରୁ ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ। ଆସନ୍ତୁ ଜାଣିବା ଏପରି ଡେଟ୍‌ରେ ଯିବା ପୂର୍ବରୁ କେଉଁ କଥା ଉପରେ ବିଶେଷ ଧ୍ୟାନ ରଖିବେ।

976

ଫୋନରେ କଥା ହୁଅନ୍ତୁ :

ଯଦି ଆପଣଙ୍କର ଅନଲାଇନ ଜରିଆରେ ବହୁତ କଥା ହୋଇଥାନ୍ତି, ତଥାପି ଆପଣ ଦୁହେଁ ପରସ୍ପରକୁ ଜାଣିବା ପାଇଁ ଫୋନରେ କଥା ହେବା ନିତାନ୍ତ ଆବଶ୍ୟକ। ଏପରି କରିବା ଦ୍ୱାରା ନିଜ ବ୍ୟକ୍ତିତ୍ୱ ବିଷୟରେ ଭଲ ଭାବେ ଜଣାଇବା ସହ ଅନ୍ୟର ବ୍ୟକ୍ତିତ୍ୱ ବିଷୟରେ ଭଲଭାବେ ଜାଣିପାରିବେ।

ଏହାସହ ପଢ଼ନ୍ତୁ ; ନବରାତ୍ରୀରେ ଆପଣାନ୍ତୁ ଶିଳ୍ପାଙ୍କ ଆଉଟଫିଟ୍‌ ଷ୍ଟାଇଲ ଏବଂ ନିଜକୁ ଦିଅନ୍ତୁ ଟ୍ରେଣ୍ଡିଂ ଲୁକ୍‌

ଅଜଣା ଜାଗାକୁ ଯାଆନ୍ତୁ ନାହିଁ :

ଯଦି ଆପଣ ଏଭଳି ଡେଟ୍‌ରେ ଯାଉଛନ୍ତି ତେବେ ପ୍ରଥମେ ନିଜର ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ଏଥିପାଇଁ ଏଭଳି ସ୍ଥାନକୁ ଯାଆନ୍ତୁ, ଯେଉଁଠିକୁ ଆପଣ ପ୍ରଥମରୁ ଯାଇଥିବେ। କୌଣସି ଅଜଣା ଜାଗାକୁ କିମ୍ବା ଏକା ସାକ୍ଷାତ କରିବାର ଭୁଲ ବିଲକୁଲ କରନ୍ତୁ ନାହିଁ। ଏଭଳି ଡେଟ୍‌କୁ ଯିବା ପୂର୍ବରୁ ନିଜର ସାଙ୍ଗକୁ ଏହା ବିଷୟରେ ନିଶ୍ଚିତ ଭାବେ ଜଣାନ୍ତୁ।

download (1)

ଅନଲାଇନ ରିସର୍ଚ୍ଚ କରନ୍ତୁ :

ସୋସିଆଲ ମିଡିଆ ଯୁଗରେ ଲୋକମାନେ ପ୍ରୋଫାଇଲରେ ଭୁଲ ତଥ୍ୟ ପ୍ରଦାନ କରିଥାନ୍ତି। ଯାହା ସହିତ ଆପଣ ଏଭଳି ଡେଟ୍‌ରେ ଯାଉଛନ୍ତି ତେବେ ସୋସିଆଲ ମିଡିଆରେ ଫ୍ରୋଫାଇଲ ଯାଞ୍ଚ କରି ନିଅନ୍ତୁ। ସେ ଜଣେ ଉଚିତ ବ୍ୟକ୍ତି ନା ନାହିଁ ତାହା ପ୍ରଥମେ ସୁନିଶ୍ଚିତ କରିନିଅନ୍ତୁ।

ପର୍ସନାଲ କଥା ସେୟାର କରନ୍ତୁ ନାହିଁ :

ଏଭଳି ଡେଟକୁ ଯିବା ବେଳେ ନିଜର ପର୍ସନାଲ କଥାକୁ ବିଲକୁଲ ସେୟାର କରନ୍ତୁ ନାହିଁ। ନିଜ ବିଷୟରେ ଏଭଳି କୌଣସି କଥା କୁହନ୍ତୁ ନାହିଁ ଯାହା ଫଳରେ ଆପଣଙ୍କ ଭବିଷ୍ୟତରେ କୌଣସି ଅସୁବିଧାର ସାମ୍ନା କରିବାକୁ ନ ପଡେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.