Below header

ରିମାଣ୍ଡରେ ରକ୍ତ ଚରିତ୍ର ଗ୍ରୁପର ୫ ଅଭିଯୁକ୍ତ, ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିପାରେ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ରିମାଣ୍ଡରେ ରକ୍ତ ଚରିତ୍ର ଗ୍ରୁପର ୫ ଅଭିଯୁକ୍ତ । କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ଝାରପଡ଼ା ଜେଲରୁ ଅଣାଯାଇଛି । ସୁମନ କୁମାର ପରିଡ଼ା, ରାଜେଶ ବେହେରା, ସନାତନ ବେହେରା, ରାହୁଲ ଜେନା, ନରେନ୍ଦ୍ର କୁମାର ସାହୁଙ୍କୁ ରିମାଣ୍ଡରେ ଅଣାଯାଇଛି । ୭ ଦିନ ପାଇଁ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ୨ ଦିନିଆ ରିମାଣ୍ଡ ଅନୁମତି ମିଳିଛି ।

ପୋଲିସ ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିପାରେ । ବନ୍ଧୁକ କାରବାର ଲିଙ୍କ୍‌ ଖୋଜିବା ପାଇଁ ପୋଲିସ ଘନ ଘନ ଜେରା କରିବ ବୋଲି ସୂଚନା ମିଳିଛି। ଏତେ ମାତ୍ରାରେ ଅସ୍ତ୍ରଶସ୍ତ୍ର କିଏ ଯୋଗାଉଛି ଏବଂ କେତେ ବାଟ ଲମ୍ବିଛି ଚୋରା କାରବାରର ଚେର ସବୁ ତଥ୍ୟ ଓଗାରିବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.