କ୍ୟାଟ୍‌-ବିକ୍କିଙ୍କ ବିବାହ ପାଇଁ ଅତିଥି ତାଲିକା ପ୍ରସ୍ତୁତ, କରନ ଜୋହରଙ୍କ ସମେତ ସାମିଲ ହେବେ ଏହିସବୁ ସେଲିବ୍ରିଟି

ଖୁବଶୀଘ୍ର କ୍ୟାଟଙ୍କ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଯେଉଁ କଥାକୁ ଅନେକ ଦିନରୁ ଚାହିଁବସିଥିଲେ, ତାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି। ଡିସେମ୍ବରରେ କ୍ୟାଟ୍ରିନା ଏବଂ ବିକ୍କି କୌଶଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦୁହିଁଙ୍କର ବିବାହର ବିଭିନ୍ନ ଉତ୍ସବ ଜୟପୁର, ରାଜସ୍ଥାନରେ ହେବ।

ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡାସ୍ଥିତ ସିକ୍ସ ସେନ୍ସ ବରଓ୍ଵାଡା ଫୋର୍ଟ ହୋଟେଲରେ ବିବାହର ସମସ୍ତ ଉତ୍ସବ ୭ରୁ ୧୨ ଡିସେମ୍ବର ମଧ୍ୟରେ ଆୟୋଜନ ହେବ। ଏହା ସତ୍ତ୍ୱେ ବଲିଉଡ୍‌ ଅଭିନେତା ସଲମାନ ଖାନ ଓ ଅନ୍ୟ କେତେଜଣ ବଡ଼ ସେଲିବ୍ରିଟି ଫଙ୍କ୍‌ଶନରେ ଯୋଗଦେବା ନେଇ ପୂରା ସମ୍ଭାବନା ରହିଛି। ଏହା ମଧ୍ୟ ସୂଚନା ମିଳିଛି କି, ବିବାହର ମୁଖ୍ୟ କାର୍ଯ୍ୟକ୍ରମ ଜନାନା ମହଲରେ ହେବ। ବିବାହ ସମାରୋହରେ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ବ୍ୟକ୍ତିଗତ ସୁରକ୍ଷା ଗାର୍ଡ ସମ୍ଭାଳିବେ।

ସୂଚନା ମୁତାବକ, କ୍ୟାଟ୍ରିନା ଏବଂ ବିକ୍କିଙ୍କ ବିବାହରେ ଇଣ୍ଡଷ୍ଟ୍ରୀର ବନ୍ଧୁ ଏବଂ ମେଣ୍ଟର୍ସ ଯୋଗ ଦେବେ। ଏହି ଲିଷ୍ଟରେ କରନ ଜୋହର, କିଆରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରା, ରୋହିତ ସେଟ୍ଟୀ, ଅଲ୍ଲୀ ଆବାସ, ମିନି ମାଥୁର ଏବଂ ରୋହିତ ସେଟ୍ଟୀଙ୍କ ନାମ ମଧ୍ୟ ସାମିଲ ରହିଛି। ଏହାଛଡା ବରୁଣ ଧଓ୍ଵନ ଏବଂ ନତାଶା ଦଲାଲଙ୍କ ନାମ ମଧ୍ୟ ସାମିଲ ରହିଛି।

katrina and vicky

ବିକ୍କି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ବେଶ୍‌ ସୁନ୍ଦର ଥିଲା। କ୍ୟାଟ୍ରିନା ଏକ ଖୁବ୍‌ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ। ଲାଇଟ୍‌ ଓ ଡେକୋରେସନ୍‌ ମଧ୍ୟ ମନକୁ ଛୁଇଁଗଲା ଭଳି ଥିଲା। ଦୀପାବଳି ଦିନ ଶୁଭ ମୁହୂର୍ତ୍ତ ଥିବାରୁ ଉଭୟ ପରିବାର ଏହି ଦିନ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ସୂଚନାଯୋଗ୍ୟ ଯେ, କ୍ୟାଟ୍ରିନା କବୀର ଖାନ୍‌ଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ଏଣୁ ସେ ତାଙ୍କ ପରିବାର ସହ ଖୁବ୍‌ କ୍ଲୋଜ୍‌। କୁହାଯାଉଛି ଯେ କବୀର ଖାନ୍‌ କ୍ୟାଟ୍ରିନା ଓ ବିକ୍କି କୌଶଲଙ୍କ ନିର୍ବନ୍ଧ ସେରିମନିକୁ ଖୁବ୍‌ ସୁନ୍ଦର ଭାବେ ହୋଷ୍ଟ କରିଥିଲେ।

ଚର୍ଚ୍ଚା ମୁତାବକ, ତେବେ ଦୁହିଁଙ୍କ ବିବାହ ପାଇଁ ବୁକ ହୋଇଥିବା ହୋଟେଲ ୱେବସାଇଟ ମୁତାବକ, ଗୋଟିଏ ଦିନ ପାଇଁ ଏହି ହୋଟେଲକୁ ୬୪,୦୦୦ରୁ ୯୦,୦୦୦ଟଙ୍କା ପର୍ଯ୍ୟନ୍ତ ଦେଇ ବୁକ କରାଯାଏ। ତେବେ ବିକ୍କି ଓ କ୍ୟାଟ୍ରିନା ନିଜ ବିବାହକୁ ନେଇ ମୁହଁ ଖୋଲି ନଥିବା ବେଳେ ପ୍ରତିଦିନ ସେମାନଙ୍କ ବିବାହକୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.