କେନ୍ଦୁଝର ରାଣୀବେଡା ନୂଆସାହିରେ ଅଘଟଣ: ଦନ୍ତାହାତୀ ଆକ୍ରମଣରେ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ

କେନ୍ଦୁଝର(କେନ୍ଯୁଜ୍): ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଣୀବେଡା ନୂଆସାହିରେ। ଗାଁର ବିନୋଦ ମହାନ୍ତ କେରଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଗତକାଲି ରାତିରେ ହସ ଖୁସିରେ ଖାଇପିଇ ସ୍ତ୍ରୀ ରୀତା,୬ବର୍ଷର ପୁଅ ନାରାୟଣ ଓ ଝିଅ ସ୍ମୃତିରେଖା ଘରେ ପଲଙ୍କ ଉପରେ ଶୋଇଥିଲେ ।

ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଖାଦ୍ୟ ଅନେ୍ଵଷଣରେ ଆସି ଘର କାନ୍ଥ ଭାଙ୍ଗିଥିଲା । କାନ୍ଥ ଭାଙ୍ଗିବା ପରେ ଶୁଣ୍ଢରେ ଝିଅକୁ ଟାଣି ନେବାକୁ ଚେଷ୍ଟା କରୁଥିବା ବେଳେ ରୀତା ହାତୀ କବଳରୁ ତାକୁ ବଞ୍ଚାଇଥିଲେ । ତେବେ ହଠାତ ଘରର କାନ୍ଥ ପଡି ଯିବାରୁ ଘଟଣା ସ୍ଥଳରେ ପୁଅ ନାରାୟଣର ମୃତ୍ୟୁ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ହସ ହସ ମୁହଁର ନାରାୟଣ ମୃତ୍ୟୁ ଖବର ସାଙ୍ଗସାଥୀ ଓ ଗାଁରେ ଶୋକାକୂଳ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.