Below header

ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ, ପ୍ରବାହିତ ହେଉଛି ୧୦ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ

କେନ୍ଯୁଜ୍: ମହାନଦୀରେ ବଡ଼ଧରଣର ବନ୍ୟା ସମ୍ଭାବନା । ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ । ୧୦ ଲକ୍ଷ କ୍ୟୁସେକ ମୁହାଁ ମୁଣ୍ଡୁଳି । ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଥିବା ବନ୍ୟା ଜଳ ମୁଣ୍ଡୁଳିରେ ପହଞ୍ଚିଛି । ବର୍ତ୍ତମାନ ମୁଣ୍ଡୁଳିରେ ୯ଲକ୍ଷ ୭୯ହଜାର ୮୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅନ୍ୟାନ୍ୟ ଛୋଟ ନଦୀର ଜଳ ମିଶି ମୁଣ୍ଡୁଳିରେ ପ୍ରାୟ ୧୦ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେବା ଆକଳନ କରାଯାଇଛି ।

ଅନ୍ଯପଟେ ମହାନଦୀ ଓ ଏହାର ଶାଖା ନଦୀରେ ପାଣି ବଢିବାରେ ଲାଗିଛି । ଯାହାଦ୍ବାରା ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବେ । ଅନେକ ଗାଁଗଣ୍ଡା ବୁଡ଼ିବା ଆଶଂକା କରାଯାଉଛି । ତେଣୁ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ଆଲର୍ଟ କରାଯାଇଛି । ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ତିିନି ଦିନ ପର୍ଯ୍ୟନ୍ତ ମହାନଦୀର ରୂପ ଭୟଙ୍କର ହୋଇ ରହିବା ଆକଳନ କରାଯାଉଛି । ମହାନଦୀର ଉପରମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.