Below header

ନୂଆପଡା : ଭାଲୁ ଆକ୍ରମଣରେ ବନ କର୍ମଚାରୀ ମୃତ

ନୂଆପଡା ଜିଲ୍ଲା କୋମନା ବିଜାଖମନ ଜଙ୍ଗଲରେ ପୁଣି ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।

ନୂଆପଡା : ନୂଆପଡା ଜିଲ୍ଲା କୋମନା ବିଜାଖମନ ଜଙ୍ଗଲରେ ପୁଣି ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ଭାଲୁ ଘଉଡ଼ାଇ ପାଇଁ କୋମନା ବନ ବିଭାଗ ରେଞ୍ଜର ୪ ଜଣ ବନ କର୍ମଚାରୀ ବିଜାଖମନ ଜଙ୍ଗଲକୁ ଯାଇଥିଲେ ।

ସେଠାରେ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଗୁରୁତର ଆହତ ୪ ବନ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା କରିବା ପରେ ସମସ୍ତଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗତ ୧୫ ତାରିଖରେ ବିରୁନପଦର ଗାଁର ଘନଶ୍ୟାମ ପଟେଲ ଓ ତାଙ୍କ ପୁଅ ଚଇତୁ ପଟେଲ ଗାଁ ନିକଟସ୍ଥ ବିଜାଖମନ ଶାଗୁଆନ ଜଙ୍ଗଲରେ ଥିବା ଦାବିରି ମୁଣ୍ଡା ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । କୋମନା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଆଜି କୋମନାରେ ରାସ୍ତା ରୋକ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.