ମହିଳା ପୋଷ୍ଟ ମାଷ୍ଟରଙ୍କ ମୃତଦେହ ଜଙ୍ଗଲରେ ଫିଙ୍ଗିବା ପରେ ହ୍ଵାଟ୍ସ ଅପ୍ ମେସେଜ ଦେଲା ଦୁର୍ବୁତ୍ତ
ମହିଳା ପୋଷ୍ଟମାଷ୍ଟରଙ୍କୁ ବୀଭତ୍ସ ହତ୍ୟା। ହତ୍ୟା ପରେ ମୃତଦେହ ଜଙ୍ଗଲରେ ଫିଙ୍ଗିବା ପରେ ହ୍ଵାଟ୍ସ ଅପ୍ ମେସେଜରେ ମୃତକଙ୍କ ପରିବାରକୁ ଜଣାଇଲା ଦୁର୍ବୃତ୍ତ। ସନ୍ଦେହରେ ପୁରୁଷ ବନ୍ଧୁକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ସୁନ୍ଦରଗଡ଼ : ମହିଳା ପୋଷ୍ଟମାଷ୍ଟରଙ୍କୁ ବୀଭତ୍ସ ହତ୍ୟା। ହତ୍ୟା ପରେ ମୃତଦେହ ଜଙ୍ଗଲରେ ଫିଙ୍ଗିବା ପରେ ହ୍ଵାଟ୍ସ ଅପ୍ ମେସେଜରେ ମୃତକଙ୍କ ପରିବାରକୁ ଜଣାଇଲା ଦୁର୍ବୃତ୍ତ। ସନ୍ଦେହରେ ପୁରୁଷ ବନ୍ଧୁକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଖବର।
ବେଲସରିଆପଡ଼ା ଜଙ୍ଗଲରୁ ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଟିକିଲିପଡ଼ା ଘରୁ ନିଜ ସଂପର୍କୀୟ ଭାଇଙ୍କ ସହିତ ଅଫିସ ଯିବା ପାଇଁ ବାହାରିଥିଲେ ସ୍ନିଗ୍ଧା ଲେଫ୍ରିପଡ଼ାରେ କିଛି କାମଥିବାରୁ ସଂପର୍କୀୟ ଭାଇକୁ ଘରକୁ ଫେରିଯିବା ପାଇଁ ସେ କହିଥିଲେ।
କିନ୍ତୁ ପରେ ସେ ତେଲେନଡିହି ଭଡ଼ା ଘର କିମ୍ବା ଅଫିସକୁ ମଧ୍ୟ ଯାଇନଥିଲା। ପରେ ସ୍ନିଗ୍ଧାଙ୍କ ମାଆଙ୍କ ମୋବାଇଲରେ ଏକ ଅଜଣା ନମ୍ବରରୁ ହ୍ଵାଟ୍ସଆପ୍ ମେସେଜରେ ସ୍ନିଗ୍ଧା ଏବଂ ତାଙ୍କ ପ୍ରେମିକ ନୟନକୁ ହତ୍ୟା କରି ଫିଙ୍ଗି ଦେଇଥିବା ଜଣାଇବା ସହ ଲୋକେସନ ସେୟାର କରିଥିଲା ଦୁର୍ବୃତ୍ତ।
ତେବେ ତାଙ୍କ ସହ କେହି ଥଟ୍ଟାମଜା କରୁଥିବ ଭାବି ସେ ଗୁରୁତ୍ୱ ଦେଇନଥିଲେ। ପରେ ଭଡ଼ାଘର ମାଲିକ ତାଙ୍କ ମାଆଙ୍କୁ ଫୋନ୍ କରି ସ୍ନିଗ୍ଧା ଆସିନଥିବା ଜଣାଇଥିଲେ। ଏହା ପରେ ସ୍ନିଗ୍ଧାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର।
ଆଜି କିନ୍ତୁ ବୟଫ୍ରେଣ୍ଡ ନୟନ ବୁଲୁଥିବା ଖବର ପାଇ ପୋଲିସ ତାକୁ ଅଟକ ରଖି ତଦନ୍ତ ଚଳାଇଛି। ନୟନ ଅନ୍ୟ ସହଯୋଗୀଙ୍କ ସହିତ ହତ୍ୟା କରି ବିଭ୍ରାନ୍ତ କରିବା ପାଇଁ ଏହି ମେସେଜ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି।