କଳିଙ୍ଗ ଷ୍ଟାଡିୟମରେ ଜିମ୍‌ନାଷ୍ଟିକ୍‌ସ ହାଇ ପରର୍ଫମାନ୍‌ସ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନୂଆ ହକି ହାଇପର୍‌ଫର୍ମାନ୍‌ସ ସେଣ୍ଟର ଉଦ୍‌ଘାଟିତ। ଏହା ସହ ଜିମ୍‌ନାଷ୍ଟିକ୍‌ସ ହାଇ ପରର୍ଫମାନ୍‌ସ ସେଣ୍ଟରକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନୂଆ ହକି ହାଇପର୍‌ଫର୍ମାନ୍‌ସ ସେଣ୍ଟର ଉଦ୍‌ଘାଟିତ। ଏହା ସହ ଜିମ୍‌ନାଷ୍ଟିକ୍‌ସ ହାଇ ପରର୍ଫମାନ୍‌ସ ସେଣ୍ଟରକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିମ୍‌ନାଷ୍ଟିକ୍‌ସ ହାଇ ପରର୍ଫମାନ୍‌ସ ସେଣ୍ଟରକୁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ସହଯୋଗରେ ନିର୍ମାଣ କରାଯାଇଛି।

ସେହିପରି ହକି ହାଇପର୍ଫମାନ୍‌ସ ସେଣ୍ଟରକୁ ଟାଟା ଷ୍ଟିଲ ଓ ଟାଟା ଟ୍ରଷ୍ଟ୍‌ସ ସହଯୋଗରେ ନିର୍ମାଣ କରାଯାଇଛି। ଏହି ଅବସରରେ ଓଡ଼ିଆ ଜିମ୍‌ନାଷ୍ଟ ରାକେଶ ପାତ୍ର ଓ ତପନ ମହାନ୍ତିଙ୍କୁ ୧୦ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଆଗାମୀ ଏସିଆନ୍‌ ଗେମ୍‌ସ ୨୦୨୩ରେ ଅଂଶଗ୍ରହଣ କରିବାକୁ ରାକେଶ ପାତ୍ର ଓ ତପନ ମହାନ୍ତି ମନୋନୀତ ହୋଇଛନ୍ତି।

କ୍ରୀଡାରେ ଉତ୍କର୍ଷତା ପାଇଁ ପାର୍ଟନର୍‌ସିପ୍‌ ମଡେଲକୁ ଓଡ଼ିଶା ସବୁବେଳେ ଅନୁସରଣ କରିଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆ ହକି ହାଇ ପର୍‌ଫର୍ମାନ୍‌ସ ସେଣ୍ଟର ଓ ଜିମ୍‌ନାଷ୍ଟ ହାଇ ପର୍‌ଫର୍ମାନ୍‌ସ ସେଣ୍ଟରର ଉଦ୍‌ଘାଟନ ଦ୍ୱାରା ଓଡ଼ିଶାର କ୍ରୀଡ଼ା ପରିବେଶ ଆହୁରି ସମୃଦ୍ଧ ହେବ ବୋଲି ସେ କହିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗୀତା ଆୟୋଜନରେ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.