Below header

ଇଡି ସ୍କାନରରେ ପୂର୍ବତନ ବିଧାୟକ, ବେଆଇନ ଅର୍ଥ କାରବାର ଓ ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତ କରିବ ED

କେନ୍ୟୁଜ୍(ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସ୍କାନରରେ ପୂର୍ବତନ ବିଧାୟକ । ଅନାମ ନାୟକଙ୍କୁ ଜେରା କରିବ ED । ବେଆଇନ ଅର୍ଥ କାରବାର ସହ ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡିଥିଲେ ପୂର୍ବତନ ବିଧାୟକ ଅନାମ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜାନୁଆରୀ ୧୭ ତାରିଖରେ ୩୦ ଜଣିଆ ଭିଜିଲାନ୍ସ ଟିମ୍‌ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ରାଜନୀତିକୁ ଆସିବା ପୂର୍ବରୁ ଅନାମ ନାଏକ ଜିଲ୍ଲାପାଳ ଅଫିସରେ କିରାଣୀ ଚାକିରି କରିଥିଲେ । ୧୫ ବର୍ଷ ତଳେ ଚାକିରୀ ଛାଡି ସେ ରାଜନୀତିରେ ପ୍ରବେଶ କରିଥିଲେ । ଚଢଉ ବେଳେ ତାଙ୍କର ୩ କୋଟି ୪୩ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଥିଲା । ଜାନୁଆରୀ ୨୩ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.