ଏବେ ଆଉ ଚିନ୍ତା ନାହିଁ, ଯେଉଁ ଦେଶରୁ ବ୍ୟାପିଥିଲା କରୋନା ଭାଇରସ ସେଠାରୁ ଆସିଲା ବଡ଼ ଖୁସି ଖବର

ଚୀନରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ୧୬୮୧ ଜଣ ରୋଗୀଙ୍କର ଚିକତ୍ସା ପରେ ସେମାନେ ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଇଛନ୍ତି ବୋଲି ନେସନାଲ ହେଲଥ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କୁ ନିକଟରେ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି ।

ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୫୩,୭୨୬ ଜଣ ରୋଗୀଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ତେବେ ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦,୫୫୨ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ଏବଂ ୩୦୪୨ ଜଣ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଖବର ମୁତାବକ ଚୀନରେ ନିକଟରେ ନୂଆ ୧୪୩ ଜଣଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଏହା ମଧ୍ୟରେ ପୁଣି ୩୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇସାରିଛି ।

घबराएं नहीं, जिस देश से फैला था कोरोना वायरस, वहां से आई बड़ी खुशखबरी

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ସାରା ଦୁନିଆରେ ଗୁରୁବାର ପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣର ନୂତନ ୨୨୪୧ଜଣ ଚିହ୍ନଟ ହୋଇଛନ୍ତି । ଯାହାଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୯୫,୩୩୩ ହୋଇଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ପାଞ୍ଚଟି ଦେଶରୁ ନୂତନ ମାମଲା ଚିହ୍ନଟ କରାଯାଇଛି । WHOର ମହାନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ କରୋନା ଭାଇରସର ପ୍ରଭାବକୁ କମ କରିବା ପାଇଁ ବ୍ୟାପକ ଦୃଷ୍ଟି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.