Below header

ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳବାସୀଙ୍କ ସ୍ୱପ୍ନର ପଡ଼ିଲା ମୂଳଦୁଆ, ଗୋଲାଗାଡ଼ ଘାଟରେ ସେତୁ ନିର୍ମାଣ ପାଇଁ ହେଲା ଶିଳାନ୍ୟାସ

ଭବାନୀପାଟଣା : ଇନ୍ଦ୍ର।ବତୀ ବୁଡିଆଂଚଳ ଲୋକଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରା ହେବାକୁ ଯାଉଛି । ଥୁଆମୂଳ ରାମପୁର ବ୍ଲକ ଗୋଲାଗାଡ଼ ଘାଟରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିସାରି ଶିଳାନ୍ୟାସ କରିଛନ୍ତି ।
କଳାହାଣ୍ଡି ଇନ୍ଦ୍ର।ବତୀ ଜଳଭଣ୍ଡରରେ ଜଳବନ୍ଦୀ ଜୀବନ ବିତାଉଥିବା ବୁଡ଼ି ଅଞ୍ଚଳବାସୀଙ୍କ ପାଇଁ ସେତୁ ନିର୍ମାଣ ଏବେ ବାସ୍ତବତାର ରୂପ ନେବାକୁ ଯାଉଛି । ଲୋକଙ୍କ ଗମନ। ଗମନ ସହ ଆର୍ଥିକ ବିକାଶ କିଭଳି ହେବ ସେଥି ପାଇଁ ର।ଜ୍ୟ ସରକାର ଥୁଆମୂଳ ରାମପୁର ବ୍ଲକ୍ ଇନ୍ଦ୍ର।ବତୀ ଜଳବନ୍ଦୀ ଅଞ୍ଚଳକୁ ଯାତାୟାତର ସୁବିଧା ପାଇଁ ଯୋଜନା କରିଛନ୍ତି । ତେଣୁ ଗୋଲ।ଗାଡ଼ ଘାଟରେ ବିଜୁ ସେତୁ ଯୋଜନ।ରେ ଏକ ବ୍ରିଜ୍‌ ନିର୍ମାଣ କରିବାକୁ ଯାଉଛନ୍ତି । ଯାହାର ଆଜି ଶିଳାନ୍ୟାସ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିସାରି ।

INDRAVATI-4

ପ୍ରାୟ ୯୦ ମିଟର ଲମ୍ବ, ସାଢ଼େ ସାତ ମିଟର ଓସାରର ଏହି ସେତୁ ପାଇଁ ୫ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ସେତୁ ନିର୍ମାଣ ହେଲେ ଜଳବନ୍ଦୀ ଅଞ୍ଚଳର ୧୬ଖଣ୍ଡ ଗାଁର ଜନସାଧାଣ ଉପକୃତ ହେବେ । ଏହି ସେତୁ କଳାହାଣ୍ଡି ଓ ରାୟଗଡାକୁ ସଂଯୋଗ କରୁଥିବାରୁ କେଚେପଟା ଘାଟ, ପୋଡ।ପଦର ଭଳି ପଞ୍ଚ।ୟତବାସୀ ବହୁ ସୁବିଧା ପାଇ ପାରିବେ । ଇନ୍ଦ୍ର।ବତୀ ଜଳବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହେଲା ଦିନ ଠାରୁ ଜଳ ବନ୍ଦୀ ଜୀବନ ବିତାଉଥିବା ୧୬ ଖଣ୍ଡ ଗ୍ରାମବାସୀ କାଠ ଡଙ୍ଗା ସହାୟତା ରେ ଯିବା ଆସିବା କରୁଥିଲେ । ଫଳରେ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧା ସହ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଏବେ ଏହି ସେତୁ ସେମାନଙ୍କ ଅସୁବିଧା ଦୂର କରିବ ।

INDRAVATI-3

ଶିଳାନ୍ୟାସ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକଙ୍କ ସମେତ କଳାହାଣ୍ଡି ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଥୁଆମୂଳ ରାମପୁର ବ୍ଲକ୍ ଅଧ୍ୟକ୍ଷ। ଶାନ୍ତି ମାଝୀ, ବିଜେଡି ନେତା ମାଣିକ୍ୟ ନାୟକ, ଋତୁରାଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.