Below header

ହାତ ଫେରେଇଲେ ସାହି ଭାଇ, ସାମ୍ବାଦିକ ଦେଲେ କାନ୍ଧ, ଅସହାୟ ମହିଳାଙ୍କ କଲେ ଶବ ସତ୍କାର

ଗଞ୍ଜାମ (କେ ନ୍ୟୁୁଜ୍‌): ନିଜକୁ ପ୍ରକୃତ କରୋନା ଯୋଦ୍ଧା ଭାବରେ ପୁଣି ଥରେ ପ୍ରମାଣ କରିଛନ୍ତି ସାମ୍ବାଦିକ । କିଛି ଦିନ ତଳେ ଜଣେ ପୋଲିସ ଏଏସଆଇଙ୍କ ଶବ ଉଠାଇ ଗଂଜାମର ଚାରି ଜଣ ସାମ୍ବାଦିକ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରଶଂସା ସାଉଁଟି ଥିବା ବେଳେ ଏବେ ପୁଣି ଏପରି ଏକ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲା ଶେରଗଡ ଅଂଚଳରେ ଘଟିଛି ଏପରି ଏକ ଘଟଣା । ଏହି ଅଂଚଳର ଜଣେ ମହିଳା ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ କେହି ବି ଆଗେଇ ଆସି ନଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଶେରଗଡ ଅଂଚଳରେ ବାସ କରୁଥିବା କାଳୁ ଚରଣ ପାତ୍ରଙ୍କ ପତ୍ନୀ ପ୍ରତିମାଙ୍କ ଦେହ ଅସୁସ୍ଥ ହେବାରୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏପରି ଏକ ସମୟରେ ଆଖପାଖର ସାହି ପଡିଶା କେହି ବି ସହାୟତାର ହାତ ବଢ଼ାଇ ନଥିଲେ । ଅନ୍ୟ ପକ୍ଷରେ ପ୍ରତିମାଙ୍କ ବଡପୁଅ ବାଙ୍ଗାଲୋରରେ ରହୁଥିବା ବେଳେ ସାନପୁଅ ଝାରସୁଗୁଡାରେ ରହନ୍ତି । ଗତକାଲି ଦିନ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ରାତି ପର୍ଯ୍ୟନ୍ତ ତାଙ୍କ ମୃତ ଦେହ ସେମିତି ହିଁ ପଡିରହିଥିଲା । ଖବର ପାଇ ସାନ ପୁଅ ଝାରସୁଗୁଡାରୁ ଆସିଥିଲେ ମଧ୍ୟ ସମୟନୁସାରେ ପହଂଚି ପାରିନଥିଲେ ।

GANJAM-2

କିନ୍ତୁ ଏପରି ଏକ ହୃଦୟ ବିଦାରକ ଖବର ପାଇ ସାମ୍ବାଦିକ ମେଘନାଦ ଦାସ, ଶଙ୍କର ପ୍ରଧାନ, ଅଜିତ ପଣ୍ଡା, ବାଲାଜି ପ୍ରଧାନ ଓ ବିଜୁ ଯୁବ ବାହିନୀ ସଦସ୍ୟମାନେ ପିପି କିଟ୍ ପିନ୍ଧି ଆମ୍ବୁଲାନ୍ସ ଯୋଗେ ଶବକୁ ନେଇ ଶ୍ମଶାନରେ ଦାହ କରିଛନ୍ତି । ଜାରି ରହିଥିବା କରୋନା ସମୟରେ ଯେ କୌଣସି କାରଣରୁ ମୃତ୍ୟୁ ଘଟିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଥିବା ଭୟ କାରଣରୁ ସହାୟତାର ହାତ ବଢାଇବା ପାଇଁ ଭୟ କରୁଛନ୍ତି | ଭୟବାଦ ମାନବିକତାର ଅଭାବ ପରିଲକ୍ଷିତ ହୋଇଛି । ସାମ୍ବାଦିକଙ୍କ ମାନଙ୍କ ଏପରି ନିଶ୍ବର୍ଥପର ସେବାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.