Below header

ଦେଶରେ କାବୁ ହେବାର ନାଁ ଧରୁନି କରୋନା, ୪୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୭୬୮ ମୃତ

ନୂଆଦିଲ୍ଲୀ: ଦେଶରେ ଆଉ କାବୁ ହେବାର ନାଁ ଧରୁନି କରୋନା । ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ୩୧ ହଜାର ୬୬୯ ଅଧିକ ହୋଇଛି । ଗତ ୨୪ ଘଣ୍ଟାରେ ୭୬୮ ଜଣଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି ୪୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୪ ହଜାର ୧୯୩ରେ ପହଞ୍ଚିଛି । ସୂଚନା ମୁତାବକ ବର୍ତ୍ତମାନ ସମୟରେ ଦେଶରେ ୫ ଲକ୍ଷ ୯ ହଜାର ୪୪୭ ଆକ୍ଟିଭ କେସ ରହିଛି । ଯେବେକି ୯ ଲକ୍ଷ ୮୮ ହଜାର ୦୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହରେ ଆଜି ୨୭ ନୂଆ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦ୍ଵିପରେ ମୋଟ ସଂଖ୍ୟା ୩୯୦ ହୋଇ ଯାଇଛି । ଯାହା ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେବେକି ଆମ ରାଜ୍ୟ ଓଡ଼ିଶାରେ ଗତ ୨୪ ଘଂଟାରେ ୧୦୬୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳର ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୨୯୧୭୫ରେ ପହଂଚିଛି । ଯାହା ମଧ୍ୟରୁ ୧୮୦୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୦୯୨୦ ଟି ସକ୍ରିୟ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.