କ୍ରୁରତାର ଶେଷ ସୀମା ପାର: ବିଲେଇ ଛୁଆ ସହିତ ସପ୍ତାହେ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କଲେ ନାବାଳକ

ଦୁନିଆର ସର୍ବଶ୍ରେଷ୍ଠ ପ୍ରାଣୀ ମଣିଷ । କିନ୍ତୁ ତା’ ଭିତରେ ରହିଥିବା କୁତ୍ସିତ ମାନସିକତା ତାକୁ ପଶୁଠାରୁ ବି ହୀନ କରି ଦେଉଛି। ମଣିଷ ନିଜର ଯୌନଲାଳସା ଚରିତାର୍ଥ କରିବାକୁ କେତେ ତଳକୁ ଖସିପାରେ, ତାହା ସୀମା ବାହାରେ। ମଣିଷ ଓ ପଶୁ ମଧ୍ୟରେ ପ୍ରଭେଦକୁ ମଧ୍ୟ ସେ ଭୁଲିଯାଏ। ଏମିତି ଏକ କ୍ଷୁଧାର ବର୍ବରତାର ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ଲୋକ ଟାଙ୍କୁରୀ ଯିବ।

ଏହିପରି ଏକ ମାମଲା ପାକିସ୍ତାନର ଲାହୋରରୁ ଆସିଛି। ଏଠାରେ ଏକ ବିଲେଇ ଛୁଆକୁ ୧୫ ବର୍ଷର ବାଳକ ଓ ତା’ର କେତେଜଣ ସାଥୀ ସାମୂହିକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ସପ୍ତାହେ ପର୍ଯ୍ୟନ୍ତ ବିଲେଇ ସହ ଏପରି କୁକର୍ମ କରିବା ପରେ ବିଲେଇ ଛୁଆର ମୃତ୍ୟୁ ହୋଇଛି।

cat

ପାକିସ୍ତାନରେ ପଶୁ ସୁରକ୍ଷା ଏବଂ ଅଧିକାର ଉପରେ କାର୍ଯ୍ୟରତ ଥିବା ଅଧିକାରୀ ଜଣକ ଏ ଘଟଣାକୁ ନିଜର ଫେସବୁକରେ ପୋଷ୍ଟ କରିବା ପରେ ଏପରି ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଥିଲା। ଉକ୍ତ ଅଧିକାରୀଙ୍କ କହିବା ମୁତାବକ, ଦୁଷ୍କର୍ମ ଯୋଗୁଁ ମରିଥିବା ବିଲେଇ ଛୁଆକୁ ଉକ୍ତ ନାବାଳକ ପରିବାର କିଣିଥିଲେ। ଉକ୍ତ ନାବାଳକ ଏବଂ ତାର କେତେକ ସାଥି ମିଶି ବିଲେଇକୁ ସପ୍ତାହେ ଯାଏଁ ଦୁଷ୍କର୍ମ କରିଥିଲେ। ଏପରି କରିବା ଦ୍ଵାରା ବିଲେଇଟି ଗୁରୁତର ହୋଇ ପଡିଥିଲା। ସେଥି ପାଇଁ ସେ ଖାଇବା, ଶୋଇବା ଏବଂ ଚାଲିବାକୁ ଅସମର୍ଥ ଥିଲା।

vvt

ଯେତେବେଳେ ତାକୁ ଡାକ୍ତର ପାଖକୁ ନିଆଯାଇ ପରୀକ୍ଷା କରା ଗଲା ଡାକ୍ତର ଦେଖିବାକୁ ପାଇଲେ ଯେ ବିଲେଇର ଗୁପ୍ତାଙ୍ଗରେ ଶୂକ୍ରାଣୁ ଏବଂ ରକ୍ତ ଠୁଳ ହୋଇ ଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ହିଁ ବିଲେଇଟିର ମୃତ୍ୟୁ ହୋଇ ଯାଇଥିଲା। ତେବେ ନାବାଳକ ଓ ତାଙ୍କ ସାଥୀଙ୍କର ଏପରି କାଣ୍ଡ କାରନାମା ଆମ ଅସୁସ୍ଥ ମାନସିକତାର ଏକ ଉଦାହରଣ ମାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.