Below header

ଚଳିତବର୍ଷ ଫିକା ପଡିଲା ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା, ଦୋଛକିରେ ମୂର୍ତ୍ତି କାରୀଗରଙ୍କ ଜୀବନ ଜୀବିକା

ଖୋର୍ଦ୍ଧା: ଆଉ ଦିନ କେଇଟା ପରେ ଗଣେଷ ପୂଜା। ଓଡିଶା ପ୍ରସିଦ୍ଧ ଜଟଣୀରେ ଖୁବ୍ ଆଡମ୍ବର ସରକାରେ ପାଳନ କରାଯାଇଥାଏ ଗଣେଶ ପୂଜା। ରଙ୍ଗବେରଙ୍ଗର ଲାଇଟ୍ ସାଙ୍ଗକୁ ବଡ ବଡ ପେଣ୍ଡାଲ ଉପରେ ପୂଜା ପାଆନ୍ତି ଗଜାନନ। ତେବେ ଚଳିତ ବର୍ଷ କରୋନା ପ୍ରଭାବରେ ସବୁ ବନ୍ଦ।  ପୂଜା ହେବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ମାତ୍ର ବର୍ଷ ତମାମା ଏଥିରେ ସମୟ ଓ ଅର୍ଥ ବ୍ୟୟ କରି ମୂର୍ତ୍ତି ନିର୍ମାଣ କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ  ଗୁଜୁରାଣ ମେଣ୍ଟାଥାନ୍ତି ଅନେକ ପରିବାର । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀକୁ ନେଇ ସେମାନଙ୍କ ଜୀବନ ଏବେ ଦୋଛକିରେ ।

ଲୋକଙ୍କୁ ଆକର୍ଷିତ କରିବା ପରି ଓ ପୂଜା ପେଣ୍ଡାଲ କର୍ମକର୍ତାଙ୍କ ପସନ୍ଦର ମୂର୍ତ୍ତି ନିର୍ମାଣ କରିବାରେ ଶିଳ୍ପୀ ମାନେ ନିମଗ୍ନ । ମାତ୍ର ଚଳିତ ବର୍ଷ ପୂଜା ବନ୍ଦ କରିବା ନେଇ ନିଷ୍ପତି ପରେ ମୂର୍ତ୍ତି ନିର୍ମାଣ କରୁଥିବା ବ୍ୟବସାୟୀଙ୍କୁ କୌଣସି ଅନୁଷ୍ଠାନ ପକ୍ଷରୁ ଅଗ୍ରୀମ ଟଙ୍କା ଦିଆଯାଇନାହିଁ । ନିର୍ମାଣ ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ ଯେମିତି ପଟା,କଂଟା.ବାଉଁଶ,ନଡା,ସୁତୁଲି,ଚିକିଟା ଓ ବାଲିଆ ମାଟି ଆଦି ଜଟଣୀ ଓ ଏହାର ଆଖପାଖ ଅଚଂଳରୁ ସଂଗ୍ରହ କରୁଥିବା ବେଳେ ସାଟିନ କନା,ଲୁଗା,ଡ୍ରେଫ୍ ଚୁଟ ,ଷ୍ଟୋନ,ରଙ୍ଗ ଆଦି କଲିକତା ଆଣିବାକୁ ପଡିଥାଏ ।

Jatni-Ganesh-Pujaରାଜ୍ୟର ବିଭିନ୍ନ ଅଚଂଳରୁ ମୂର୍ତ୍ତି ନେବାକୁ ଏଠାକୁ ଆସିଥାନ୍ତି ଲୋକେ । ଜଟଣୀ ସହରର ଅନେକ ପୂଜା ପେଣ୍ଡାଲ ପକ୍ଷରୁ କମିଟିର ଚାହିଦା ମୁତାବକ ଏହି କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି  । ଏଥିରେ ସେମାନେ ବହୁଳ ଅର୍ଥ ବ୍ୟୟ କରିଥାନ୍ତି । ମାତ୍ର ଚଳିତ ବର୍ଷ କରୋନା ମାଡରେ ସବୁ ଫିକା ପଡିଯାଇଛି । ଜୀବନ ଜୀବିକାକୁ ନେଇ ସେମାନେ ଏବେ ଚିନ୍ତାରେ କାରିଗର। କାରଣ ଏଥିରୁ ଯାହା ରୋଜଗାର ହୋଇଥାଏ ବର୍ଷ ତମାମା ଅନେକଙ୍କ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ଜଟଣୀ ବ୍ୟତିତ ଆଖପାଖ ୫ଗୋଟି ଜିଲ୍ଲାର ଲୋକେ ଏଠାକୁ ଆସି ମୂର୍ତ୍ତି ଅର୍ଡର ଦେଇ ନେଇଥାନ୍ତି ।

ଶିଳ୍ପୀମାନେ ୨ହଜାର ଟଙ୍କାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ କରିଥାନ୍ତିି । ଚଳିତ ବର୍ଷ ପୂଜା ବନ୍ଦ ରହିବା ସହ ୧ଫିଟ ବା ୨ଫୁଟର ମୂର୍ତ୍ତି ନେଇ ପୂଜା କରିବା ସହ ଗୋଟିଏ ଦିନରେ ପୂଜା ସରିବା ନେଇ ନିଷ୍ପତି ହୋଇଛି । ଯେଉଁ ଜଟଣୀରେ ଦୀର୍ଘ ୧୧ ଦିନ ଧରି ବିଶାଳ ଗଣେଶ ମୂର୍ତ୍ତି ପ୍ରତେକ ପେଣ୍ଡାଲରେ ପୂଜା କରାଯାଇଥାଏ, ଆଜି ପରିସ୍ଥିତି ସବୁକିଛି ବଦଳାଇ ଦେଇଛି । କରୋନା ପାଇଁ କେଉଁଠି ବର୍ଷ ବର୍ଷର ପରମ୍ପରା ଭାଙ୍ଗିଛି ତ ଆଉ କେଉଁଠି ଜୀବନ ଜିବିକା ହରାଇଛନ୍ତି ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.