ସୁଶାନ୍ତଙ୍କ ସୁଇସାଇଡ୍‌ ମାମଲା: ଫେରାର ହେଲେ ରିୟା ଚକ୍ରବର୍ତ୍ତୀ, ଖାଲି ହାତରେ ଫେରିଲା ପୋଲିସ

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏବେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୁଶାନ୍ତଙ୍କ ବାପା ନିଜେ ରିୟାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କ ବାପା କେକେ ସିଂହ ବିବାହର ପାଟନା ଥାନାରେ ଅଭିଯୋଗ କରିଛନ୍ତି ଯେ ରିୟା ଓ ତାଙ୍କ ପରିବାର ସୁଶାନ୍ତଙ୍କୁ ଧୋକା ଦେଇ ତାଙ୍କଠାରୁ ଟଙ୍କା ନେବା ସହ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ। କେବଳ ଏତିକି ନୁହେଁ ସେ ହିଁ ସୁଶାନ୍ତଙ୍କୁ ପରିବାର ଠାରୁ ଦୂରେଇ ଦେଇଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି।

Rhea Chakraborty reveals Sushant Singh Rajput had refused to take ...

ଅନ୍ୟପଟେ ଏହି ମାମଲାର ଯାଞ୍ଚ ପାଇଁ ବିହାର ପୋଲିସର ଏକ ଟିମ୍‌ ମୁମ୍ବାଇରେ ପହଞ୍ଚିଛି। ଏହି ଟିମ୍‌ ମୁମ୍ବାଇ ପୋଲିସ ସହ ମିଶି ତାଙ୍କ କେସ୍‌ ଡାଏରୀ ସହ ଅନ୍ୟ ତଥ୍ୟ ସଂଗ୍ରହ କରିଛି। ତେବେ ଏହି ମାମଲାରେ ରିୟାଙ୍କୁ ପଚରାଉଚରା ପାଇଁ ପୋଲିସ ତାଙ୍କ ଘରେ ପହଞ୍ଚିବା ବେଳେ ରିୟା ଘରେ ନଥିବା ଜଣାଯାଇଛି। ଏମିତିକି ତାଙ୍କ ସହ ଫୋନ୍‌ ଯୋଗେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ଏଣୁ ରିୟା କୁଆଡ଼େ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।

Rhea Chakraborty says she's Sushant Singh Rajput's girlfriend ...

ଏଣୁ ରିୟାଙ୍କୁ ପଚରାଉଚରା ପାଇଁ ବିହାର ପୋଲିସ ନୋଟିସ୍‌ ପଠାଇବା ଉପରେ ବିଚାର କରୁଛି। ଏବେ ବିହାର ପୋଲିସ ସେହି ବ୍ୟକ୍ତିଙ୍କୁ ଖୋଜୁଛି ଯାହା ନାଁରେ ଥିବା ସିମ୍‌କୁ ସୁଶାନ୍ତ ବ୍ୟବହାର କରୁଥିଲେ। ତେବେ ମିଳିଥିବା ତାଜା ସୂଚନା ମୁତାବକ ମାମଲା ରୁଜୁ ହେବା ପରେ ଏବେ ରିୟା ଚକ୍ରବର୍ତ୍ତୀ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.