Below header

ସୁନ୍ଦରଗଡ: ବିଳମ୍ବିତ ରାତିରେ ପୋଲିସ ହାତରେ ଧରାପଡିଲେ ୪ ପିଏଲଏଫଆଇ ସଦସ୍ୟ, ଗୋଟିଏ ଦେଶୀ ବନ୍ଧୁକ ସହ ଗୁଳି ଓ ୩୦ ହଜାର ଟଙ୍କା ଜବତ

ସୁନ୍ଦରଗଡ : ବିଳମ୍ବିତ ରାତିରେ ପୋଲିସ ହାତରେ ଧରାପଡିଛନ୍ତି ୪ ପିଏଲଏଫଆଇ ସଦସ୍ୟ । ଏମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ନଗଦ ୩୦ ହଜାର ଟଙ୍କା ଜବତ କରିଛି ସୁନ୍ଦରଗଡ ପୋଲିସ । ଜଣେ ବ୍ୟବସାୟୀଙ୍କଠାରୁ ୧ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ପରେ ତାଙ୍କୁ ବନ୍ଧୁକ ଦେଖାଇ ୩୨ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ବୀରମିତ୍ରପୁର ଥାନାରେ ବ୍ୟବସାୟୀ ଅଭିଯୋଗ କରିଥିଲେ । ସୁନ୍ଦରଗଡ ଏସପିଙ୍କ ନେତୃତ୍ୱରେ ଟିମ ଗଠନ କରି ବିଭିନ୍ନ ସ୍ଥାନରୁ ୪ ଜଣଙ୍କୁ ଗିରଫ କରିଥିଲା । ପୂର୍ବରୁ ଏମାନେ ଜେଲ ଯାଇ କିଛି ଦିନ ତଳେ ବାହାରକୁ ଆସିଥିବା ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.