ଗରୁଡ଼ ପୁରାଣ ଅନୁଯାୟୀ ଏହି ଛଅଟି କାରଣ ଯୋଗୁଁ ଶରୀର ହୋଇଥାଏ ରୋଗଗ୍ରସ୍ତ

ବେଦ ପୁରାଣରୁ ଆମକୁ ଅନେକ ଶିକ୍ଷା ମିଳିଥାଏ । କେବଳ ପୌରାଣିକ କଥା ନୁହେଁ ବରଂ ରୋଗ ବ୍ୟାଧିକୁ ଆମେ ଶରୀରଠାରୁ କିପରି ଦୂରେଇ ରଖିବା ସେ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ପୁରାତନ ଯୁଗରେ ଆୟୁର୍ବେଦ ଦ୍ୱାରା ରୋଗ ବ୍ୟାଧି ଦୂର କରାଯାଇପାରୁଥିଲା । ଏହାବ୍ୟତୀତ ଉତ୍ତମ ଜୀବନଶୈଳୀ ଆପଣେଇ ଲୋକମାନେ ମଧ୍ୟ ନିଜକୁ ବେମାରୀ ଠାରୁ ଦୁରେଇ ରଖିପାରୁଥିଲେ । ତେବେ ଗରୁଡ଼ ପୁରାଣରେ ଛଅଟି ଏପରି କାରଣ ଉଲ୍ଲେଖ କରାଯାଇଛି ଯେଉଁ କାରଣରୁ ଆମ ଶରୀର ରୋଗଗ୍ରସ୍ତ ହୋଇଥାଏ । ଯଦି ମଣିଷ ଏହିସବୁ କଥାକୁ ଧ୍ୟାନରେ ରଖେ ତାହେଲେ ଅଧିକରୁ ଅଧିକ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିପାରିବ । ତାହେଲେ ଆସନ୍ତୁ ଜାଣିବା ଗରୁଡ଼ ପୁରାଣରେ କୁହାଯାଇଥିବା ବେମାରୀର ଛଅଟି ମୁଖ୍ୟ କାରଣ ।

୧- ଆବଶ୍ୟକତାରୁ ଅଧିକ ପାଣି ପିଇବା

ସାଧାରଣତଃ ପାଣି ପିଇବା ଆମ ଶରୀର ପାଇଁ ହିତକର ହୋଇଥାଏ ଓ ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଥାଏ । ତେବେ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଲାଭ ସ୍ଥାନରେ ମଣିଷ ଶରୀରକୁ କ୍ଷତି ପହଂଚାଇଥାଏ । ଗରୁଡ଼ ପୁରାଣ ଅନୁସାରେ ଯେଉଁ ମଣିଷ ଆବଶ୍ୟକତାଠାରୁ ଅଧିକ ପାଣି ପିଇଥାଏ ତାହେଲେ ତାକୁ ଅନେକ ପ୍ରକାର ରୋଗର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ସବୁବେଳେ ନିଜ ଶରୀରର ଆବଶ୍ୟକତାକୁ ଦେଖି ପାଣି ପିଇବା ଆବଶ୍ୟକ ।

୨- ନିତ୍ୟକର୍ମ ବନ୍ଦ କରିବା

ଉତ୍ତମ ଜୀବନଶୈଳୀ ବେମାରୀଙ୍କୁ ନିଜଠାରୁ ଦୁରେଇ ରଖିବାର ଏକ ସହଜ ଉପାୟ ଅଟେ । ଯେଉଁ ମଣିଷ ପ୍ରତିଦିନ ନିଜ ଦିନର ଆରମ୍ଭରୁ ନିତ୍ୟକର୍ମ ଠିକ ଭାବେ ପାଳନ କରିଥାଏ ସେ ସବୁଦିନ ପାଇଁ ସୁସ୍ଥ ରହିଥାଏ । ତେବେ ଯେଉଁ ମଣିଷ ନିଜ ନିତ୍ୟକର୍ମ ବା ଜୀବନଶୈଳୀ ଠିକ ଭାବେ ପାଳନ କରିନଥାଏ ତାଠାରେ ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ । ସେଥିପାଇଁ କୌଣସି ପରିସ୍ଥିତିରେ ମଧ୍ୟ ନିଜ ନିତ୍ୟକର୍ମ ବନ୍ଦ କରନ୍ତୁ ନାହିଁ ।

ଏହାସହ ପଢନ୍ତୁ କୁତୁକୁତୁ କରିବା ଦ୍ୱାରା କାହିଁକି ଲାଗିଥାଏ ହସ, କଣ ଜାଣିଛନ୍ତି କି ଆପଣ ଏହା ପଛର ରହସ୍ୟ

୩- ଅଧିକ ଭୋଜନ କରିବା

ଖାଦ୍ୟରେ ସମସ୍ତ ପ୍ରକାରର ଭିଟାମିନ ଓ ପ୍ରୋଟିନ ରହିଥାଏ କିନ୍ତୁ ଏଥିରେ ମଧ୍ୟ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଲଗାତାର ଭାରି ଭୋଜନ କରିବା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ସୁସ୍ଥ ରହିବା ପାଇଁ ପ୍ରତିଦିନ ସକାଳୁ ଜଳଖିଆ କରିବା ଆବଶ୍ୟକ ଏବଂ ଭିଟାମିନ ଓ ପ୍ରୋଟିନରେ ଭରା ଲଞ୍ଚ କରିବା ଆବଶ୍ୟକ । ଏହା ସହିତ ରାତିରେ ମସାଲାଦାର ଖାଦ୍ୟଠୁ ନିଜକୁ ଦୂରେଇ ରଖନ୍ତୁ ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିବେ ।

garuda purana

୪- ଦିନରେ ଶୋଇବା

ଦିନରେ ଶୋଇବା ବେମାରୀର ସବୁଠାରୁ ମୁଖ୍ୟ କାରଣ ବୋଲି କୁହାଯାଇଥାଏ । ଦିନରେ ଶୋଉଥିବା ଲୋକକୁ ଅଳସୁଆ କୁହାଯାଇଥାଏ । ଆରାମ ପାଇବା ପାଇଁ ଏହା ଏକ ମାଧ୍ୟମ ଅଟେ କିନ୍ତୁ ଏହା ଆରାମ ନୁହେଁ ବରଂ ଆପଣଙ୍କ ଶରୀରକୁ ଅନେକ ମାତ୍ରାରେ କ୍ଷତି ପହଂଚାଇଥାଏ । ସେଥିପାଇଁ ଧ୍ୟାନ ରଖନ୍ତୁ ଯେପରି ଏହି ଆଦତ ଆପଣଙ୍କୁ ନ ଲାଗେ ।

୫- ରାତିରେ ଅନିଦ୍ରା ରହିବା

ଅଧିକାଂଶ ଲୋକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବାର ଅଭ୍ୟାସ ଥାଏ । ଯେପରି ଦିନରେ ଶୋଇବା ରୋଗକୁ ନିମନ୍ତ୍ରଣ କରିଥାଏ ଠିକ ସେହିପରି ରାତିରେ ଅନିଦ୍ରା ରହିବା ମଧ୍ୟ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ସମସ୍ତ କାମ ପାଇଁ ଏକ ଧାର୍ଯ୍ୟ ସମୟ ରହିଥାଏ ଏବଂ ସେହି କାମକୁ ଠିକ ସମୟରେ କରିବା ଆବଶ୍ୟକ । ଡେରି ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଦ୍ୱାରା ଆପଣ ଅନେକ ପ୍ରକାର ରୋଗର ଶିକାର ହେବାର ସମ୍ଭାବନା ରହିଥାଏ ।

୬- ଇମ୍ୟୁନିଟି ପାୱାର ଶେଷ ହୋଇଯିବା

ଶରୀରରେ ରୋଗ ସହ ଲଢ଼ିବାର ତାକତକୁ ଇମ୍ୟୁନିଟି ପାୱାର କୁହାଯାଇଥାଏ । ଯେଉଁ ମନୁଷ୍ୟର ଇମ୍ୟୁନିଟି ପାୱାର ଯେତେ ଦୁର୍ବଳ ସେହି ଲୋକ ସେତେ ମାତ୍ରାରେ ରୋଗାଗ୍ରସ୍ତ ହୋଇଥାଏ । ପ୍ରତ୍ୟେକ ଲୋକର ଇମ୍ୟୁନିଟି ପାୱାର ତାର ଦିନଚର୍ଯ୍ୟା ଏବଂ ଆଦତ ଉପରେ ହିଁ ନିର୍ଭର କରିଥାଏ । ଯେଉଁ ମନୁଷ୍ୟ ଠିକ ସମୟରେ ଉଠିବା, ନିୟମିତ ଭାବେ ବାୟାମ କରିବା ଏବଂ ଖାଇବା ପିଇବା ଠିକ ସମୟରେ କରିଥାଏ ତାର ଇମ୍ୟୁନିଟି ପାୱାର ସେତେ ଅଧିକ ହୋଇଥାଏ । ସେଥିପାଇଁ ଚେଷ୍ଟା କରନ୍ତୁ ଯେପରି ଆପଣ ମଧ୍ୟ ଦିନଚର୍ଯ୍ୟା ଠିକ ଭାବେ ପାଳନ କରିବେ ଓ ନିଜର ଇମ୍ୟୁନିଟି ପାୱାର ବଢ଼ାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.