Below header

ସ୍ଥାୟୀ ଥଇଥାନ ଯୋଜନା : ତିତଲି କ୍ଷତିଗ୍ରସ୍ତ ବାରଘର ଗାଁରେ ପହଞ୍ଚିଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି (କେନ୍ୟୁଜ୍) : ସମୁଦ୍ର ପତନରୁ ୪୮୦୦ ଫୁଟ ଉପରେ ଗଜପତି ଜିଲ୍ଲାର ବାରଘର ଗାଁ । ଗତ ତିତିଲି ବାତ୍ୟାରେ ଏହି ଗାଁର ୧୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ମହେନ୍ଦ୍ର ଗିରି ପର୍ବତ ଉପରେ ଥିବା ଏହି ଗାଁ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଘର ଉଜୁଡ଼ି ଯାଇଛି । ପରିବାର ନଷ୍ଟ ହୋଇଯାଇଛି । ତେଣୁ ରାଜ୍ୟ ସରକାର ଏଠାରେ ରହୁଥିବା ୪୦ଟି ପରିବାର ପାଇଁ ସ୍ଥାୟୀ ଥଇଥାନ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଆଜି ଏହି ଦୁର୍ଗମ ଅଞ୍ଚଳରେ ପହଞ୍ଚିଛନ୍ତି ଗଜପତି ଜିଲ୍ଲାପାଳ ଅନୁପ ଶାହ ଏବଂ ଅନ୍ୟ ବରିଷ୍ଠ ପ୍ରଶାସକ। ବାରଘରରେ ରହୁଥିବା ୪୦ ପରିବାରର ଲୋକଙ୍କୁ ବୁଝାଶୁଝା କରି ସ୍ବତନ୍ତ୍ର ଗାଡ଼ି ଯୋଗେ ପାହାଡ଼ ତଳକୁ ଆଣୁଛନ୍ତି । ଏମାନେ ଏବେ ଗଙ୍ଗାବାଡ଼ ପଞ୍ଚାୟତ ଅଫିସ ଏବଂ ସ୍କୁଲ ଘରେ ରହିବେ ।

BARAGHARA VILLAGE-2

ସେମାନଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ରୋଜଗାର ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ଜିଲ୍ଲା ପ୍ରଶାସନ ନେଇଛି । ଏପଟେ ସେହି ସମୟ ମଧ୍ୟରେ ବାରଘରରେ ଭାଙ୍ଗି ତୁଟି ଯାଇଥିବା ସେମାନଙ୍କ ଘରର ମରାମତି କରାଯିବ । ମରାମତି ଶେଷ ହୋବା ପରେ ସେମାନେ ନିଜ ନିଜ ଘରକୁ ଫେରିଯିବେ । ତେବେ ପରବର୍ତ୍ତୀ ସମୟରେ ଏହି ସବୁ ପରିବାର ପାଇଁ ପାହାଡ଼ ତଳେ ସରକାରଙ୍କ ପକ୍ଷରୁ ପକ୍କାଘର ନିର୍ମାଣ କରି ସେମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରାଯବାର ଯୋଜନା ହୋଇଛି ।

BARAGHARA VILLAGE-3

ଆଜି ବାରଘର ଗାଁରେ ପହଞ୍ଚି ଜିଲ୍ଲାପାଳ ଏବଂ ପିଡି ଡିଆରଡିଏ ପ୍ରମୁଖ ବିପନ୍ନ ଲୋକଙ୍କୁ କମ୍ବଳ ଆଦି ବାଣ୍ଟିଛନ୍ତି । ସେମାନଙ୍କ ସ୍ଥାୟୀ ଥଇଥାନ ପାଇଁ ରାଜ୍ୟ ସରକାର ସମସ୍ତ ବନ୍ଦୋବସ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.