ଦଣ୍ଡମୁକ୍ତ ଅଞ୍ଚଳରେ କଠୋର ଦଣ୍ଡ, ଶିକ୍ଷୟିତ୍ରୀଙ୍କ ମାଡ଼ରେ ଲହୁଲୁହାଣ ଛାତ୍ରଛାତ୍ରୀ

କନ୍ଧମାଳ  : ଦଣ୍ଡମୁକ୍ତ ଅଞ୍ଚଳରେ କଠୋର ଦଣ୍ଡ । ସୀମା ଟପିଲା ଶିକ୍ଷୟିତ୍ରୀଙ୍କ ତାଗିଦ । ମାଡ଼ରେ ଛାତ୍ରଛାତ୍ରୀ ଲହୁଲୁହାଣ । ହାତ, ଗୋଡ଼, ପିଠିରେ ନୋଳା ପଡ଼ିଯାଇଛି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅନ୍ତର୍ଗତ କେ. ନୂଆଗାଁ ପ୍ରାଥମିକ ବିଦ୍ୟାଳୟରୁ । ଶିକ୍ଷୟିତ୍ରୀଙ୍କ ମାଡ଼ରେ ୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ କେ. ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏମାନଙ୍କ ଭିତରେ ଜଣେ ଦିବ୍ୟାଙ୍ଗ । କୋମଳମତି ପିଲାଙ୍କ ପ୍ରତି ଶିକ୍ଷୟିତ୍ରୀଙ୍କ ଏଭଳି ନିର୍ଦ୍ଦୟ ମନୋଭାବକୁ ସମସ୍ତେ ନିନ୍ଦା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.