ମୋ ଜଗା-କାଳିଆଙ୍କୁ ଓଡ଼ିଶା ଫେରାଇ ନିଅ : ମୁଖ୍ୟମନ୍ତ୍ରୀଙ୍କୁ ବାପା ଭୂୟାଁ କହଁରଙ୍କ ଅନୁରୋଧ

ଭୁବନେଶ୍ବର : ସୁସ୍ଥ ଅଛନ୍ତି ଦିଲ୍ଲୀ ଏମ୍ସରେ ଚିକିତ୍ସିତ କନ୍ଧମାଳର ଶିଶୁ ଜଗା-କାଳିଆ। ଏବେ ଓଡ଼ିଶା ଫେରିବା ପାଇଁ ଅନୁରୋଧ କରିଛନ୍ତି ଜଗା-କାଳିଆଙ୍କ ବାପା ଭୂୟାଁ କହଁର। ଏନେଇ ସେ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟମନ୍ତ୍ରୀ ଓ AIIMS କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଗାଁରେ ତାଙ୍କ ବାପା, ମାଆ ଓ ଅନ୍ୟ ଦୁଇ ଛୁଆ ଅଛନ୍ତି। ତେଣୁ ସେମାନଙ୍କ ଦେଖାଶୁଣା କରିବା ନିହାତି ଜରୁରୀ। ଫଳରେ ଦିଲ୍ଲୀରେ ଜଗା-କାଳିଆଙ୍କୁ ସ୍ଥାନାନ୍ତର କରାଯାଇ ଭୁବନେଶ୍ୱର କିମ୍ବା କଟକକୁ ଆଣିବା ପାଇଁ ସେ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତେଣୁ ଆଉ ଚିକିତ୍ସାର ଆବଶ୍ୟକତା ନାହିଁ। ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କହିଛନ୍ତି AIIMS କର୍ତ୍ତୃପକ୍ଷ।