ମାତ୍ର ୫୯ ମିନିଟରେ ମିଳିବ ୧ କୋଟିର ଲୋନ୍ , ଆସନ୍ତାକାଲି ଘୋଷଣା ହୋଇପାରେ ଏହି ଐତିହାସିକ ଯୋଜନା

ଏଣିକି ମାତ୍ର ୧ ଘଂଟା ମଧ୍ୟରେ ପାଇଁ ପାରିବେ ୧ କୋଟି ଟଙ୍କାର ଲୋନ୍ । ଆଜ୍ଞା ହଁ । ଆପଣକୁ ଆଶ୍ଚର‌୍ୟ୍ୟ କରୁଥିବା ଏହି ଯୋଜନା ଆଣିଛନ୍ତି ମୋଦି ସରକାର । ଏହି ଯୋଜନା ଅନୁଯାୟୀ ଛୋଟ ବ୍ୟବସାୟୀ ପାଇବେ ବଡ଼ ପ୍ୟାକେଜ୍ । ତେବେ ସୂଚନା ଅନୁସାରେ ଆସନ୍ତାକାଲି ଏହି ଯୋଜନାର ଘୋଷଣା କରିପାରନ୍ତି ମୋଦି । ଏହି ଯୋଜନା ଅନୁଯାୟୀ ଛୋଟ ଛୋଟ ବ୍ୟବସାୟୀ ଅତି ସହଜରେ ଏକ କୋଟିର ଲୋନ୍ ଉଠାଇପାରିବେ । କେବଳ ସେତିକି ନୁହେଁ ଏହି ବ୍ୟବସାୟୀମାନଙ୍କୁ ନିଜ ବ୍ୟବସାୟ ବଢାଇବା ପାଇଁ ବଡ଼ ସୁଯୋଗ ମଧ୍ୟ ମିଳିବ ।

ଏହା ସହ ଯୋଜନାରେ MSME (Ministry of Micro, Small and Medium Enterprises )ପାଇଁ ଶସ୍ତା ସୁଧରେ ଋଣ ମିଳିବା ସହ ସୁଧରେ ମିଳୁଥିବା ରିହାତିକୁ ଅଧିକ କରିବା ଲକ୍ଷରେ ଅଛନ୍ତି ସରକାର । ଏହା ସହ MSME ସାମଗ୍ରୀ କିଣିବା ପାଇଁ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବା ସହ ବ୍ୟବସାୟୀଙ୍କୁ ହାତାହାତି ଲୋନ୍ ମଧ୍ୟ ଦେବାର ଘୋଷଣା କରିପାରନ୍ତି ମୋଦି ସରକାର ।

ଅନ୍ୟପଟେ MSME ସେକ୍ଟର ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ଏହି କ୍ଷେତ୍ର ହିଁ ସବୁଠାର ରୋଜଗାର ପାଇଁ ଅଧିକ ରାସ୍ତା ଦେଇଥାଏ । ତେଣୁ ଏହି କ୍ଷେତ୍ରକୁ ସବୁ ପ୍ରକାର ଅବହେଳାରୁ ମୁକ୍ତ କରିବା ସହ ଗଝଗଋକୁ ବିକାଶ ଆଡକୁ ନେବାକୁ ଚାହୁଁଛନ୍ତି ମୋଦି ସରକାର । ଏବେ ମୋଦିଙ୍କ ଏହି ନିଷ୍ପତ୍ତି ପରେ ଉଭୟ କ୍ଷୁଦ୍ର ବ୍ୟବସାୟୀ ଏବଂ MSME ଲାଭବାନ୍ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.