ପୁଣି ଫାଟିଲା ଉଜ୍ଜଳା ଗ୍ୟାସ୍, ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଦୁଇ ବଖରା ଘର ଜଳିପୋଡି ପାଉଁଶ

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ହାଟଡିହି ବ୍ଲକ ଅକରୁଆ ଗ୍ରାମରେ ଗତକାଲି ସନ୍ଧ୍ୟାରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟିଯାଇ ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ପୋଡି ଯାଇଥିବା ଖବର ମିଳିଛି । ପୋଡାଡିହ ସାହିର ଆତୁଳ ଯେନାଙ୍କ ଘରେ ସନ୍ଧ୍ୟାରେ ରୋଷେଇ ଚାଲିଥିବା ସମୟରେ ହଠାତ ଟାଙ୍କିଟି ଜଳି ଉଠିଥିଲା ।

ପରିବାର ଲୋକେ ନିଜ ଜୀବନ ବଞ୍ଚାଇ ବାହାରକୁ ଦୌଡି ପଳାଇ ଆସିଥିବାବେଳେ ଟାଙ୍କି ଟି ଫାଟି ଯିବାରୁ ଘରେ ନିଆଁ ଲାଗିଯିବା ସହ ଘରେ ଥିବା ଧାନ, ଚାଉଳ, ଖଟ, ପଲଙ୍କ, କବାଟ ଆଦି ନଷ୍ଟ ହୋଇଯାଇଛି । ଏପରିକି ଘରର କାନ୍ଥ ମଧ୍ୟ ଫାଟି ଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.