ଖୋଲିଲାନି ଆମ୍ବୁଲାନ୍ସ ଡୋର, ଦୀର୍ଘ ସମୟ ଭିତରେ ରହିଲେ ଗୁରୁତର ରୋଗୀ

ପ୍ରଶାସନିକ ଉଦାସିନତା ହେତୁ ଗରିବ ଲୋକ ସଠିକ ସେବା ପାଇବାରେ ବିଫଳ ହେଉଛନ୍ତି । ରୋଗୀ ମାନଙ୍କୁ ତୁରନ୍ତ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସମୟରେ ଏହାର ଯନ୍ତ୍ରାଂଶ ଅଚଳ ହୋଇ ପଡ଼ୁଛି ।

କେନ୍ଦୁଝର(କେନ୍ୟୁଜ): ଆମ୍ବୁଲାନ୍ସର କବାଟ ନ ଖୋଲିବାରୁ ଦିର୍ଘ ସମୟ ଆମ୍ବୁଲାନ୍ସ ଭିତରେ ରହିଲେ ଗୁରୁତର ବୃଦ୍ଧା ।  ପ୍ରଶାସନିକ ଉଦାସିନତା ହେତୁ ଗରିବ ଲୋକ ସଠିକ ସେବା ପାଇବାରେ ବିଫଳ ହେଉଛନ୍ତି । ରୋଗୀ ମାନଙ୍କୁ ତୁରନ୍ତ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସମୟରେ ଏହାର ଯନ୍ତ୍ରାଂଶ ଅଚଳ ହୋଇ ପଡ଼ୁଛି ।ଏହାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଝୁମ୍ପୁରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ।

ଆଜି ରାତି ପ୍ରାୟ ୮ଟା ସମୟରେ ସଦର ଥାନା କାଠବାଉଁସୁଳି ଅଞ୍ଚଳର ଚମ୍ପାବତୀ ମହାନ୍ତ ନାମକ ଯଣେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ପହଞ୍ଚିବା ପରେ ଆମ୍ବୁଲାନ୍ସର କବାଟ ଖୋଲିନଥିଲା । ବହୁ ଚେଷ୍ଟା ପରେ ମଧ୍ୟ କବାଟ ନ ଖୋଲିବାରୁ କବାଟ ତାଡ଼ି ବୃଦ୍ଧାଙ୍କୁ ବାହାର କରାଯାଇଥିଲା । ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।  ଏ ନେଇ ଝୁମ୍ପୁରା କିମ୍ବା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.