ପେନସନର୍ସଙ୍କ ପାଇଁ ବଡ ଖୁସି ଖବର, ଏବେ ଅଧିକ ପେନସନ ଅପସନ ବାଛିବା ପାଇଁ ବଢ଼ିଲା ସମୟସୀମା, ଜାଣି ନିଅନ୍ତୁ ତାରିଖ
ଇପିଏଫଓ ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ବା EFPO ଏବେ ଅଧିକ ପେନସନ ଅପସନ ଚୟନ କରୁଥିବା କର୍ମଚାରୀଙ୍କ ବେତନ ଏବଂ ଭତ୍ତା ର ସମସ୍ତ ବିବରଣୀ ଦାଖଲ କରିବାର ଶେଷ ତାରିଖ ବୃଦ୍ଧି କରିଛି। ଶେଷ ତାରିଖ ୩ ମାସ ଘୁଞ୍ଚିବା କାରଣରୁ ଉପଭୋକ୍ତାମାନେ ଖୁସି ହେବେ ବୋଲି ଆଶା ରହିଛି ।

ଇପିଏଫଓ ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ବା EFPO ଏବେ ଅଧିକ ପେନସନ ଅପସନ ଚୟନ କରୁଥିବା କର୍ମଚାରୀଙ୍କ ବେତନ ଏବଂ ଭତ୍ତା ର ସମସ୍ତ ବିବରଣୀ ଦାଖଲ କରିବାର ଶେଷ ତାରିଖ ବୃଦ୍ଧି କରିଛି। ଶେଷ ତାରିଖ ୩ ମାସ ଘୁଞ୍ଚିବା କାରଣରୁ ଉପଭୋକ୍ତାମାନେ ଖୁସି ହେବେ ବୋଲି ଆଶା ରହିଛି । ଯଦି ଆପଣ ବି ଏହି ଅଧୀନରେ ଅଛନ୍ତି ଆଉ ନିଜ ପେନ୍ସନ କୁ ବଢାଇବାକୁ ଚାହୁଁ ଛନ୍ତି ତେବେ ନିହାତି ଭାବେ ଏହି ଖବର ସମ୍ପର୍କରେ ଜାଣି ନିଅନ୍ତୁ ..
ସୂଚନା ଅନୁସାରେ ପୂର୍ବରୁ ଅଧିକ ପେନସନ ରାଶି ଚୟନ ପାଇଁ ମିଳିତ ଫର୍ମକୁ ବୈଧ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ୩୧ ଡିସେମ୍ବର ପର୍ଯ୍ୟନ୍ତ କର୍ମଚାରୀଙ୍କ ଦରମା ଏବଂ ଭତ୍ତାର ବିବରଣୀ ଇପିଏଫଓ ଅଫିସ ତଥା ୱେବସାଇଟରେ ଆପଣ ଦାଖଲ କରିପାରିବେ ।
ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପେନସନଭୋଗୀ ତଥା ସଦସ୍ୟଙ୍କ ଦରମା ସମ୍ୱନ୍ଧୀୟ ତଥ୍ୟ ଅପଲୋଡ୍ କରିବାର ସମୟସୀମା ବୃଦ୍ଧି କରିବାକୁ ବିଭାଗ ନିଯୁକ୍ତିଦାତା ସଂଘ ମନ୍ତ୍ରଣାଳୟକୁ ନିବେଦନ କରିଥିଲେ ।ପରେ ଏହି ଅନୁରୋଧକୁ ନେଇ ବିଚାର କରାଯାଇଥିଲା । ଯାହା ପରେ ଶେଷରେ ଇପିଏଫଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତିଦାତାଙ୍କ ଦରମା ବିବରଣୀ ଆଦି ଦାଖଲ କରିବାର ସମୟସୀମା ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ମାର୍ଚ୍ଚ ୧୯୯୬ ରେ, EPS-95 ର ୧୧ (୩) ରେ ଏକ ନୂଆ ବ୍ୟବସ୍ଥା କରାଯାଇଥିଲା । ଏଥିରେ EPFO ଖାତାଧାରୀମାନଙ୍କୁ ସେମାନଙ୍କର ସପୂର୍ଣ୍ଣ ଦରମା ମାନେ ବେସିକ୍ ପେ ଓ ଅନ୍ୟାନ୍ୟ ଭତ୍ତା ର ୮.୩୩% ବୃଦ୍ଧି କରିବାକୁ ଅନୁମତି ଦିଆଯାଇଥିଲା । ଅର୍ଥାତ୍ ସେମାନଙ୍କୁ ଅଧିକ ପେନସନ୍ ପାଇବା ପାଇଁ ଇପିଏଫଓ ପକ୍ଷରୁ ସୁଯୋଗ ଦିଆଯାଇଥିଲା । ଅଧିକ ପେନସନ ରାଶି ପାଇଁ ମିଳିତ ଅପସନ ଫର୍ମ ଦାଖଲ କରିବାକୁ ଇପିଏଫ୍ କର୍ମଚାରୀମାନଙ୍କୁ ମାତ୍ର ୬ମାସ ସମୟ ଦେଇଥିଲା । ଅନେକ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଏହି ସମୟସୀମା ମଧ୍ୟରେ ଏହି ଫର୍ମ ଦାଖଲ କରିବାକୁ ସକ୍ଷମ ହୋଇପାରିନଥିଲେ । ତେଣୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା । ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଉକ୍ତ କର୍ମଚାରୀମାନଙ୍କୁ ଫର୍ମ ଦାଖଲ କରିବାର ସୁଯୋଗ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନଭେମ୍ବର ୪,୨୦୨୨ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଯେ, ଅଧିକ ପେନ୍ସନ୍ର ବିକଳ୍ପ ବାଛିବା ପାଇଁ ଇପିଏଫଓକୁ ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଚାରିମାସ ସମୟ ଦେବାକୁ ପଡ଼ିବ। ଏହି ଚାରି ମାସର ଅବଧି ମାର୍ଚ୍ଚ ୩, ୨୦୨୩ରେ ସମାପ୍ତ ହୋଇଥିଲା । କିନ୍ତୁ ଏବେ ଏହି ଅବଧି ବଢି ୩୧ ଡିସେମ୍ବର ହୋଇଛି ..