• Likes
  • Followers
  • Followers
  • Subscribers
  • Subscribe
  • Friday, July 17, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ପେନସନର୍ସଙ୍କ ପାଇଁ ବଡ ଖୁସି ଖବର, ଏବେ ଅଧିକ ପେନସନ ଅପସନ ବାଛିବା ପାଇଁ ବଢ଼ିଲା ସମୟସୀମା, ଜାଣି ନିଅନ୍ତୁ ତାରିଖ

ପେନସନର୍ସଙ୍କ ପାଇଁ ବଡ ଖୁସି ଖବର, ଏବେ ଅଧିକ ପେନସନ ଅପସନ ବାଛିବା ପାଇଁ ବଢ଼ିଲା ସମୟସୀମା, ଜାଣି ନିଅନ୍ତୁ ତାରିଖ

ଇପିଏଫଓ ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ବା EFPO ଏବେ ଅଧିକ ପେନସନ ଅପସନ ଚୟନ କରୁଥିବା କର୍ମଚାରୀଙ୍କ ବେତନ ଏବଂ ଭତ୍ତା ର ସମସ୍ତ ବିବରଣୀ ଦାଖଲ କରିବାର ଶେଷ ତାରିଖ ବୃଦ୍ଧି କରିଛି। ଶେଷ ତାରିଖ ୩ ମାସ ଘୁଞ୍ଚିବା କାରଣରୁ ଉପଭୋକ୍ତାମାନେ ଖୁସି ହେବେ ବୋଲି ଆଶା ରହିଛି ।

By D Sonali On Oct 1, 2023
deccan chronicle
pc: deccan chronicle

ଇପିଏଫଓ ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ବା EFPO ଏବେ ଅଧିକ ପେନସନ ଅପସନ ଚୟନ କରୁଥିବା କର୍ମଚାରୀଙ୍କ ବେତନ ଏବଂ ଭତ୍ତା ର ସମସ୍ତ ବିବରଣୀ ଦାଖଲ କରିବାର ଶେଷ ତାରିଖ ବୃଦ୍ଧି କରିଛି। ଶେଷ ତାରିଖ ୩ ମାସ ଘୁଞ୍ଚିବା କାରଣରୁ ଉପଭୋକ୍ତାମାନେ ଖୁସି ହେବେ ବୋଲି ଆଶା ରହିଛି । ଯଦି ଆପଣ ବି ଏହି ଅଧୀନରେ ଅଛନ୍ତି ଆଉ ନିଜ ପେନ୍ସନ କୁ ବଢାଇବାକୁ ଚାହୁଁ ଛନ୍ତି ତେବେ ନିହାତି ଭାବେ ଏହି ଖବର ସମ୍ପର୍କରେ ଜାଣି ନିଅନ୍ତୁ ..

ସୂଚନା ଅନୁସାରେ ପୂର୍ବରୁ ଅଧିକ ପେନସନ ରାଶି ଚୟନ ପାଇଁ ମିଳିତ ଫର୍ମକୁ ବୈଧ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ୩୧ ଡିସେମ୍ବର ପର୍ଯ୍ୟନ୍ତ କର୍ମଚାରୀଙ୍କ ଦରମା ଏବଂ ଭତ୍ତାର ବିବରଣୀ ଇପିଏଫଓ ଅଫିସ ତଥା ୱେବସାଇଟରେ ଆପଣ ଦାଖଲ କରିପାରିବେ ।

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପେନସନଭୋଗୀ ତଥା ସଦସ୍ୟଙ୍କ ଦରମା ସମ୍ୱନ୍ଧୀୟ ତଥ୍ୟ ଅପଲୋଡ୍ କରିବାର ସମୟସୀମା ବୃଦ୍ଧି କରିବାକୁ ବିଭାଗ ନିଯୁକ୍ତିଦାତା ସଂଘ ମନ୍ତ୍ରଣାଳୟକୁ ନିବେଦନ କରିଥିଲେ ।ପରେ ଏହି ଅନୁରୋଧକୁ ନେଇ ବିଚାର କରାଯାଇଥିଲା । ଯାହା ପରେ ଶେଷରେ ଇପିଏଫଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତିଦାତାଙ୍କ ଦରମା ବିବରଣୀ ଆଦି ଦାଖଲ କରିବାର ସମୟସୀମା ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ମାର୍ଚ୍ଚ ୧୯୯୬ ରେ, EPS-95 ର ୧୧ (୩) ରେ ଏକ ନୂଆ ବ୍ୟବସ୍ଥା କରାଯାଇଥିଲା । ଏଥିରେ EPFO ଖାତାଧାରୀମାନଙ୍କୁ ସେମାନଙ୍କର ସପୂର୍ଣ୍ଣ ଦରମା ମାନେ ବେସିକ୍ ପେ ଓ ଅନ୍ୟାନ୍ୟ ଭତ୍ତା ର ୮.୩୩% ବୃଦ୍ଧି କରିବାକୁ ଅନୁମତି ଦିଆଯାଇଥିଲା । ଅର୍ଥାତ୍ ସେମାନଙ୍କୁ ଅଧିକ ପେନସନ୍ ପାଇବା ପାଇଁ ଇପିଏଫଓ ପକ୍ଷରୁ ସୁଯୋଗ ଦିଆଯାଇଥିଲା । ଅଧିକ ପେନସନ ରାଶି ପାଇଁ ମିଳିତ ଅପସନ ଫର୍ମ ଦାଖଲ କରିବାକୁ ଇପିଏଫ୍ କର୍ମଚାରୀମାନଙ୍କୁ ମାତ୍ର ୬ମାସ ସମୟ ଦେଇଥିଲା । ଅନେକ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଏହି ସମୟସୀମା ମଧ୍ୟରେ ଏହି ଫର୍ମ ଦାଖଲ କରିବାକୁ ସକ୍ଷମ ହୋଇପାରିନଥିଲେ । ତେଣୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା । ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଉକ୍ତ କର୍ମଚାରୀମାନଙ୍କୁ ଫର୍ମ ଦାଖଲ କରିବାର ସୁଯୋଗ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ୪,୨୦୨୨ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଯେ, ଅଧିକ ପେନ୍‌ସନ୍‌ର ବିକଳ୍ପ ବାଛିବା ପାଇଁ ଇପିଏଫଓକୁ ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଚାରିମାସ ସମୟ ଦେବାକୁ ପଡ଼ିବ। ଏହି ଚାରି ମାସର ଅବଧି ମାର୍ଚ୍ଚ ୩, ୨୦୨୩ରେ ସମାପ୍ତ ହୋଇଥିଲା । କିନ୍ତୁ ଏବେ ଏହି ଅବଧି ବଢି ୩୧ ଡିସେମ୍ବର ହୋଇଛି ..

employees pensionEPFOEPFO account
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • ଚାଉଳିଆଗଞ୍ଜ ଅଞ୍ଚଳରେ ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼ ଅଭିଯୋଗ

    Jul 17, 2026 0
  • ଅଜଣା ଯୁବକକୁ ଲିଫ୍ଟ ଦେଉଥିଲେ ହୋଇଯାଆନ୍ତୁ ସାବଧାନ, କାରଣ ଲିଫ୍ଟ…

    Jul 17, 2026 0
  • ରାଜଧାନୀରୁ ପଶ୍ଚିମ ଓଡ଼ିଶା, ପ୍ରବଳ ବର୍ଷିବ, ରାଜ୍ୟରେ ସକ୍ରିୟ…

    Jul 17, 2026 0
  • ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ 

    Jul 17, 2026 0
  • ଡାକ୍ତର ହେବେ କିସର ୧୧ ଛାତ୍ରଛାତ୍ରୀ, ନିଟ ୟୁଜି ପରୀକ୍ଷାରେ…

    Jul 17, 2026 0
  • ସ୍ତ୍ରୀର ଜନ୍ମଦିନରେ ସ୍ବାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ,…

    Jul 17, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ