ଏସୀୟ କ୍ରୀଡ଼ା : ଭାରତକୁ ସୁଟିଂରେ ପୁଣି ଏକ ସ୍ୱର୍ଣ୍ଣ, ଗଲ୍ଫରେ ରୌପ୍ୟ

ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ । ପୁରୁଷ ଟ୍ରାପ୍‌ ଟିମ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଏହାସହିତ ଏସୀୟ କ୍ରୀଡ଼ାରେ ୧୧ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୧୪ଟି ବ୍ରୋଞ୍ଜ ଜିତିଛି ।

ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । ସୁଟିଂରେ ଆଉ ଏକ ଗୋଲ୍ଡ ମେଡାଲ ଜିତିଛି ଭାରତ । ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ଏହି ସଫଳତା ମିଳିଛି । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ପୃଥବୀରାଜ ଟୋଣ୍ଡାଇମାନ, କିନାନ ଚେନ୍ନାଇ, ଜୋରାବର ସିଂ ସାନ୍ଧୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୧ ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୧୪ ବ୍ରୋଞ୍ଜ ପଦକ ଜିତିଛି ଭାରତ । ଏଥିସହ ପଦକ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି।

ସେହିପରି ମହିଳା ଟ୍ରାପ ଇଭେଣ୍ଟରେ ରୌପ୍ୟ ଜିତଛି ଭାରତ। ଏପଟେ ଗଲ୍ଫରେ ରୌପ୍ୟ ଜିତିଛି ଭାରତ । ଏସୀୟ ଖେଳ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଗଲ୍ଫର୍ ଭାରତ ପାଇଁ ପଦକ ଜିତିଛନ୍ତି। ଟିମ ଇଭେଣ୍ଟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.