Below header

‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର ୩’ର ବିଜେତା ହେଲେ ସମର୍ପଣ ଲାମା, ଟ୍ରଫି ସହ ୧୫ ଲକ୍ଷ ଟଙ୍କା ପୁରସ୍କାର

‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର ୩’ର ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ଇଣ୍ଡିଆକୁ ମିଳିଯାଇଛି ପୁଣି ଜଣେ ବେଷ୍ଟ ଡ୍ୟାନ୍ସର । ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର ୩’ ର ବିଜେତା ହୋଇଛନ୍ତି ସମର୍ପଣ ଲାମା ।

ଡ୍ୟାନ୍ସ ରିଆଲିଟି ସୋ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ୩’ ର ବିଜେତା ହୋଇଛନ୍ତି ସମର୍ପଣ ଲାମା । ସମର୍ପଣଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କା ପୁରସ୍କାର ଭାବେ ମିଳିଛି । ତାଙ୍କ କୋରିଓଗ୍ରାଫର ଭାବନା ଖଣ୍ଡୁଜାଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ମିଳିଛି । ସୋ ର ଫାଇନାଲ ରାଉଣ୍ଡରେ ଅନିକେତ ଚୌହାନ, ଅଞ୍ଜଳି ମମଗାଇ, ସମର୍ପଣ ଲାମା, ବିପୁଲ ଖଣ୍ଡପାଳ ଓ ଶିବାଂଶୁ ସୋନି ପ୍ରତିଯୋଗୀ ରହିଥିଲେ।

କୁହାଯାଏ, ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ ଏପରି ସୋ ଯେଉଁଠି ସମସ୍ତଙ୍କୁ ଏକ ନୂଆ ପରିଚୟ ମିଳିଥାଏ । ଏହି ସିଜିନ୍ରେ ବିପୁଲ ଖଣ୍ଡପାଲ ପଞ୍ଚମ ସ୍ଥାନ ହାସିଲ କରିଛନ୍ତି ଏବଂ ଅନିକେତ ଚୌହାନ୍ ଚତୁର୍ଥ ସ୍ଥାନ ଓ ଶିବାଂଶୁ ସୋନି ଦ୍ୱିତୀୟ ରନର ଅପ୍‌ ହୋଇଥିବା ବେଳେ ଅଞ୍ଜଳି ପ୍ରଥମ ରନର ଅପ୍‌ ରହିଥିଲେ ।

‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ୩’ ଫାଇନାଲ ବହୁତ ହିଁ ବଢିଆ ହୋଇଥିଲା । ଏହି ୫ ଜଣ ପ୍ରତିଯୋଗୀଙ୍କ ଧମାକାଦାର ଡ୍ୟାନ୍ସରୁ ସୋ ର ଆରମ୍ଭ ହୋଇଥିଲା । ତେବେ ସୋ ର ଫାଇନାଲକୁ ‘ଗଣପତି’ ଫିଲ୍ମର କୋ ଷ୍ଟାର ଟାଇଗର ଶ୍ରଫ୍ ଓ କ୍ରିତି ସାନନ୍ ମଧ୍ୟ ଆସିଥିଲେ । ଏହି ସିଜିନରେ ଜଜ୍ ଭାବେ ଗୋବିନ୍ଦା ଓ ସୋନାଲି ବିନ୍ଦ୍ରେ ନଜର ଆସିଥିଲେ ।

ସମର୍ପଣ ଲାମା ସୋ ଜିତିବା ପରେ ନିଜ ଅନୁଭୂତି ମଧ୍ୟ ସେୟାର କରିଥିଲେ, ଯେ ସେ ମଧ୍ୟ ଦିନେ ଏକ ରିଆଲିଟି ସୋ ରେ ଭାଗ ନେବାକୁ ଚାହୁଥିଲେ । ହେଲେ ସମର୍ପଣ କେବେ ଭାବି ନଥିଲେ ଯେ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ ଭଳି ସୋ ର ବିଜେତା ହେବ । ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସେ ବହୁତ ଖୁସି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.