Below header

ୱିଙ୍ଗ କମାଣ୍ଡର ଚିନ୍ମୟ ପାତ୍ରଙ୍କୁ ବାୟୁ ସେନା ମେଡାଲ ପ୍ରଦାନ

ବ୍ରହ୍ମପୁର(କେନ୍ଯୁଜ୍): ବାୟୁ ସେନା ୱିଙ୍ଗ କମାଣ୍ଡର ଚିନ୍ମୟ ପାତ୍ରଙ୍କୁ ବାୟୁ ସେନା ମେଡାଲ ପ୍ରଦାନ। ତାଙ୍କ ସାହସିକତା ପାଇଁ ଏହି ପଦକ ମିଳିଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ୨୦୨୧ ମସିହା ଏପ୍ରିଲ ୩ ତାରିଖରେ ନକ୍ସଲ ଦମନ ଅଭିଯାନରେ ମୃତାହତଙ୍କୁ ଉଦ୍ଧାର କରିବା ପାଇଁ ‘ଅପରେସନ ତ୍ରିବେଣୀ’ର ନେତୃତ୍ୱ ନେଇଥିଲେ।

ବିପଦପୂର୍ଣ୍ଣ ଓ ଦୁର୍ଗମ ଅଞ୍ଚଳରୁ ୧୮ ଜଣ ଆହତ ଏବଂ ୨୨ ଜଣଙ୍କ ମୃତ ଶରୀରକୁ ଏୟାର ଲିଫ୍ଟ କରିଥିଲେ। ବାୟୁସେନାର ଅପରେସନ ତ୍ରିବେଣୀକୁ ସଫଳ କରାଇଥିବାରୁ ୱିଙ୍ଗ କମାଣ୍ଡରଙ୍କୁ ବାୟୁସେନା ମେଡାଲ ପ୍ରଦାନ କରାଯାଇଛି। ବ୍ରହ୍ମପୁରର ୱିଙ୍ଗ କମାଣ୍ଡର ଚିନ୍ମୟ ପାତ୍ରଙ୍କ ପାଇଁ ସମସ୍ତେ ଆନନ୍ଦ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.