Below header

ସରକାରୀ ଅର୍ଥ ହଡପ ମାମଲା : ୫ଜଣ କର୍ମଚାରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ସରକାରୀ ଅର୍ଥ ହଡ଼ପ ମାମଲାରେ ୫ଜଣଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ । ବାରିପଦାର ସ୍ୱତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଏକ ସରକାରୀ ଅର୍ଥ ହଡ଼ପ ମାମଲାର ରାୟ ପ୍ରକାଶ ପାଇଛି । ସ୍ୱତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ମାମଲାର ଶୁଣାଣି କରି ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ୩ବର୍ଷର କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି ।

ମୟୂରଭଞ୍ଜ (କେନ୍ୟୁଜ): ସରକାରୀ ଅର୍ଥ ହଡ଼ପ ମାମଲାରେ ୫ଜଣକୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ । ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଗୁରୁବାର ଏକ ସରକାରୀ ଅର୍ଥ ହଡ଼ପ ମାମଲାର ରାୟ ପ୍ରକାଶ ପାଇଛି। ସତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ୫ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର କାରାଦଣ୍ଡର ଆଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୧୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୨ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧିନ କାଁଶ ଗ୍ରାମର ସିଦ୍ଧେଶ୍ୱର ବାରିକ, ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧିନ କୁଜିଗାଡି ଗ୍ରାମର ମୁକୁନ୍ଦ ପ୍ରସାଦ ଦାସ ଓ ହରିହର ଦାସ, ଆମ୍ବଗଡିଆ ଗ୍ରାମର ଅଶୋକ କୁମାର ମହାପାତ୍ର ଓ ଖୁଂଟାପୁର ଗ୍ରାମର ବେଣୁଧର ନାଥ ।

୨୦୦୮ ମସିହାରେ ବୈଶିଙ୍ଗା ଲ୍ୟାମ୍ପ୍ସରେ ଚାଷୀଙ୍କ ନିମନ୍ତେ ଡିଡବ୍ଳୁ ଓ ଡିଆର୍ ଯୋଜନାରେ ଋଣ ପ୍ରଦାନ କରାଯାଇଥିଲା । ଋଣ ନେବାକୁ ଥିବା ଚାଷୀଙ୍କ ନାମ ତାଲିକା ପ୍ରକାଶ କରି ବାରିପଦା ସ୍ଥିତ ମୟୂରଭଞ୍ଜ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ (ଏମସିସିବି)କୁ ପଠାଇଥିଲେ । ବୈଶିଙ୍ଗା ଲ୍ୟାମ୍ପ୍ସର ମୁୁକୁନ୍ଦ ପ୍ରସାଦ ଦାସ, ପାଟଳିପୁରା ଲ୍ୟାମ୍ପ୍ସର ମ୍ୟାନେଜର ହରିହର ଦାସ, ଗଡଦେଉଳିଆ ଲ୍ୟାମ୍ପ୍ସର ବେଣୁଧର ନାଥ, ପୁରୁଣିଆ ଲ୍ୟାମ୍ପ୍ସର ମ୍ୟାନେଜର ଅଶୋକ କୁମାର ମହାପାତ୍ର ମୋଟ ୧୬୦୮ଜଣ ଚାଷୀଙ୍କ ନାମ ଅନୁମୋଦନ ପାଇଁ ବେତନଟୀ ଏମସିସିବିକୁ ପଠାଇଥିଲେ । ବୈଶିଙ୍ଗା ଲ୍ୟାମ୍ପ୍ସର ଏମଡି ସିଦ୍ଧେଶ୍ୱର ବାରିକ ଉକ୍ତ ଚାଷୀଙ୍କୁ ୧କୋଟି ୮୨ଲକ୍ଷ ୪୬ହଜାର ୨୯୫ଟଙ୍କା ଋଣ ପ୍ରଦାନ କରିବାକୁ ପ୍ରସ୍ତାବ ବେତନଟୀ ଓ ବାରିପଦା ଏମସିସିବିକୁ ଅନୁମୋଦନ ପାଇଁ ପଠାଇଥିଲେ। ସମସ୍ତ ଟଙ୍କା ଅନୁମୋଦନ ହେବା ପରେ ଉକ୍ତ ଲ୍ୟାମ୍ପ୍ସରେ ବେଆଇନ ଭାବେ ୧୭୫ଜଣଙ୍କୁ ୧୦ଲକ୍ଷ ୬୪ହଜାର ୧୨ଟଙ୍କା ପ୍ରଦାନ କରାଯାଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ସମସ୍ତ ସାକ୍ଷ ପ୍ରମାଣକୁ ଭିତି କରି ଜଜ ଏହି ଶୁଣାଣୀ କରିଛନ୍ତି । ଏହି ଘଟଣାରେ ଜଡିତ ଥିବା ବେତନଟୀ ଏମସିସିବି ଶାଖା ମ୍ୟାନେଜର ଶରତ ଚନ୍ଦ୍ର ପରିଡାଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.