Below header

ଗଞ୍ଜାମ : ଜମି ନଥିବାରୁ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଗ୍ରାମବାସୀ

ନୁଆଁଣିଆ ଚାଳ ଘର । ଛପର ହୋଇଥିବା ନଡ଼ା ଖତ ହେବାକୁ ବସିଲାଣି । ବର୍ଷା ହେଲେ ଘରେ ଘରେ ପାଣି ଗଳୁଛି । ଏମିତି ଅବସ୍ଥାରେ ଜୀବନ ବିତାଉଛନ୍ତି ଦିଗପହଣ୍ଡିର ମାଟିଆପଲ୍ଲୀ ଗ୍ରାମବାସୀ । ନିଜର ଜମି ନଥିବାରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଏମାନେ । ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି କଷ୍ଟେମଷ୍ଟେ ପରିବାର ଚଳାଉଛନ୍ତି ।

ନିଜର ଜମିପଟା ନଥିବାରୁ ଅନ୍ୟତ୍ର ଜାଗା ଦେବା ପାଇଁ ତହସିଲଦାର ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କିଛି ସୁଫଳ ମିଳିନାହିଁ । ଅନ୍ୟପଟେ ତହସିଲଦାର କହିଛନ୍ତି ଗାଁ ଲୋକେ ଏକ ବ୍ୟକ୍ତିଗତ ମାଲିକାନାରେ ଥିବା ଜମିରେ ରହୁଛନ୍ତି । ଜାଗା ପରିବର୍ତ୍ତନ କଲେ ସରକାରୀ ଆବାସ ଯୋଜନା ମିଳିପାରିବ । ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ଗୁହାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.