ଜୁସ୍ ବିକି ପୁଅକୁ କରିଥିଲେ ଯବାନ, ଆଜି ଦେଶପାଇଁ ଜୀବନ ଦେଇ ସହିଦ୍ ହୋଇଗଲେ ରତନ ଠାକୁର

ଜମ୍ମୁ-କାଶ୍ମୀରର ପୁଲୱାମାରେ ଗୁରୁବାର ଦିନ ଆତଙ୍କବାଦୀମାନେ ଜବାନ ମାନଙ୍କୁ ଟାର୍ଗେଟରେ ରଖିଥିଲେ। ଯେଉଁଥିରେ ୪୦ ରୁ ଉର୍ଦ୍ଧ ଜବାନ ସହୀଦ ହୋଇଯାଇଛନ୍ତି। ଏହି ଆକ୍ରମଣରେ ଅନେକ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ନିଜ ଲୋକଙ୍କୁ ହରାଇଥିବା ପରିବାର ଲୋକ ସରକାରଙ୍କୁ ପାକିସ୍ତାନକୁ ଉଚିତ ଜବାବ ଦେବା ପାଇଁ ଦାବି କରୁଛନ୍ତି। ସେହିଭଳି ଏମିତି ବହୁତ ବାପା ଅଛନ୍ତି ଯେଉଁମାନେ ନିଜର ଦ୍ବିତୀୟ ପୁତ୍ରକୁ ଭାରତ ମାତାର ସେବାରେ ବଳିଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି।

ବିହାର ଭାଗଲପୁରର ରତନ ଠାକୁର ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଛନ୍ତି। ତାଙ୍କର ବାପାଙ୍କର ସେ ଏକମାତ୍ର ସନ୍ତାନ ଥିଲେ, ସେ ଦୁଃଖରେ ମ୍ରିୟମାଣ ହୋଇ କହିଲେ ଯେ ଯଦି ମୋର ଆଉ ଗୋଟେ ପୁଅ ଥାନ୍ତା ତେବେ ତାକୁ ମଧ୍ୟ ମୁଁ ସେନାକୁ ପଠାଇଦେଇଥାନ୍ତି।
ସହିଦ ରତନ ଠାକୁରଙ୍କ ବାପାଙ୍କ କହିବାନୁଯାୟୀ ସେ ତାଙ୍କ ପୁଅକୁ ପାଠ ପଢ଼ାଇବା ପାଇଁ ଦିନ ମଜୁରିଆ କାମ କରୁଥିଲେ। ସେ ରାସ୍ତା କଡରେ ଜୁସ ବିକ୍ରି କରନ୍ତି ଏବଂ ଠେଲା ଗାଡିରେ କପଡା ମଧ୍ୟ ବିକ୍ରି କରନ୍ତି। କିନ୍ତୁ ଏବେ ସବୁ ସରି ଯାଇଛି। ଆତଙ୍କବାଦୀ ମାନେ ମୋ ପୁଅକୁ ମାରିଦେଲେ।

୨୦୧୧ ମସିହାରେ ରତନ ସିଆରପିଏଫରେ ଭର୍ତ୍ତି ହୋଇଥିଲେ। ତାଙ୍କ ଚାକିରି ପରେ ଘରର ଆର୍ଥିକ ଅବସ୍ଥା ସୁଧୁରିବାକୁ ଲାଗିଥିଲା। ସେହିଭଳି ସହିଦ ପତ୍ନୀ କହିଥିଲେ ଯେ ଦେଢ଼ଟାରେ ତାଙ୍କର ଫୋନ ଆସିଥିଲା ଏବଂ ରାତିରେ ଫୋନ କରିବେ ବୋଲି କହିଥିଲେ। ମୁଁ ତାଙ୍କର ଫୋନକୁ ଅପେକ୍ଷା କରିଥିଲି। ରାତିରେ ଆମକୁ ତାଙ୍କ ସହିଦ ହେବାର ଖବର ଆସିଲା ବୋଲି କାନ୍ଦି କାନ୍ଦି କହିଥିଲେ ରତନଙ୍କର ସ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.