ପାକିସ୍ତାନ ହାଇକମିସନରଙ୍କୁ ସମନ ଜାରି କଲେ ବୈଦେଶିକ ସଚିବ ବିକ୍ରମ ଗୋଖଲେ

ପୁଲୱାମା ଆକ୍ରମଣକୁ ଭାରତର ତୀବ୍ର ବିରୋଧ । ଭାରତରେ ଅବସ୍ଥାପିତ ପାକିସ୍ତାନର ହାଇକମିସନର ସୋହେଲ ମହମ୍ମଦଙ୍କୁ ସମନ ଜାରି କରିଛନ୍ତି ବୈଦେଶିକ ସଚିବ ବିକ୍ରମ ଗୋଖଲେ । ଆକ୍ରମଣକୁ ଦୃଢ ନିନ୍ଦା ସହ ଜୈଶ- ଏ- ମହମ୍ମଦ ସଂଗଠନ ବିରୋଧରେ ତ୍ୱରିତ କାର୍ୟ୍ୟାନୁଷ୍ଠାନ ଦାବି କରିଛି ଭାରତ । ପାକିସ୍ତାନ ମାଟିରୁ ହେଉଥିବା ଆତଙ୍କବାଦୀ ସଂଗଠନକୁ ବନ୍ଦ କରିବାକୁ ଦାବି କରିଛି।