କାହିଁକି କ୍ଷତ୍ରୀୟଙ୍କୁ ୨୧ ଥର ସଂହାର କରିଥିଲେ ପର୍ଶୁରାମ,ଜାଣନ୍ତୁ ଏହା ପଛର ଥିବା ଗଭୀର ରହସ୍ୟ

ଭଗବାନ ପର୍ଶୁରାମଙ୍କୁ ସମସ୍ତେ ଜାଣନ୍ତି। ସେ ଜଗତର ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ଅଟନ୍ତି । କୁହାଯାଇଥାଏ ପର୍ଶୁରାମ ୨୧ଥର ସମସ୍ତ କ୍ଷେତ୍ରୀୟ ବଂଶକୁ ସଂହାର କରି କ୍ଷେତ୍ରୀୟ ବିହୀନ ଭୂମି କରିଥିବାର ଉଲ୍ଲେଖ ପୁରାଣରେ ରହିଛି। ଆପଣ ଜାଣିଛନ୍ତି କି ଭଗବାନ ପର୍ଶୁରାମ କାହିଁକି ଏପରି କରିଥିଲେ।

ଭଗବାନ ପର୍ଶୁରାମଙ୍କ ଦ୍ବାରା ୨୧ଥର କ୍ଷେତ୍ରୀୟ ମାନଙ୍କ ସଂହାର ପଛରେ ଏକ ରୋଚକ କାହାଣୀ ରହିଛି।ବାସ୍ତବରେ , ମହିଷ୍ମତି ନଗରର ରାଜା ସହସ୍ତ୍ରାର୍ଜୁନ କ୍ଷେତ୍ରୀୟ ସମାଜର ହୈହୟ ବଂଶର ରାଜା କାର୍ତ୍ତବୀର୍ଯ୍ୟ ଏବଂ ରାଣୀ କୌସିକଙ୍କର ପୁତ୍ର ଥିଲେ। ସହସ୍ରାର୍ଜୁନଙ୍କର ବାସ୍ତବିକ ନାମ ଅର୍ଜୁନ ଥିଲା। ସେ ଭଗବାନ ଦତ୍ତାତ୍ରେୟଙ୍କୁ ନିଜର ତପସ୍ୟା ଦ୍ବାରା ପ୍ରସନ୍ନ କରି ୧୦,୦୦୦ ହାତର ଆଶୀର୍ବାଦ ପ୍ରାପ୍ତ କରିଥିଲେ। ଏହାପରେ ଅର୍ଜୁନଙ୍କର ନାମ ସହସ୍ତ୍ରାର୍ଜୁନ ହୋଇଥିଲା।

mahismatiମହିଷ୍ମତି ସମ୍ରାଟ ସହସ୍ତ୍ରାର୍ଜୁନ ତାଙ୍କର ଗର୍ବ,ଅହକାଂରର ସବୁ ସୀମା ପାର କରିସାରିଥିଲେ। ତାଙ୍କ ଅତ୍ୟାଚାରରେ ଜନତା ବହୁତ ହଇରାଣ ହୋଇଯାଇଥିଲେ। ସେ ବେଦ-ପୁରାଣ ଏବଂ ଧାର୍ମିକ ଗ୍ରନ୍ଥକୁ ମିଥ୍ୟା କହି ବ୍ରାହ୍ମଣ ମାନଙ୍କର ଅପମାନ କରିବା, ଋଷି ମାନଙ୍କର ଆଶ୍ରମକୁ ନଷ୍ଟ କରି ତାଙ୍କୁ ଅକାରଣରେ ବଧ କରିବା, ପ୍ରଜାମାନଙ୍କ ଉପରେ ସର୍ବଦା ଅତ୍ୟାଚାର କରିବା ଏହା ସହିତ ସେ ସୁରା ପାନରେ ଲିପ୍ତ ରହି ନିଜର ମନୋରଞ୍ଜନ ପାଇଁ ସ୍ତ୍ରୀମାନଙ୍କର ସତିତ୍ବକୁ ନଷ୍ଟ କରୁଥଲେ।

ଏହା ସହ ପଢ଼ନ୍ତୁ : ଭୀଷ୍ମାଷ୍ଟମୀ, ଜାଣନ୍ତୁ କିପରି ମିଳିଥିଲା ଭୀଷ୍ମଙ୍କୁ ଇଚ୍ଛା ମୃତ୍ୟୁର ବରଦାନ!

ସହସ୍ତ୍ରାର୍ଜୁନ ନିଜର ପୁରା ସୈନ୍ୟମାନଙ୍କ ସହିତ ଏକଦିନ ଜଙ୍ଗଲରେ ରହିଥିବା ଜମଦଗ୍ନି ଋଷିଙ୍କ ଆଶ୍ରମରେ ବିଶ୍ରାମ କରିବା ପାଇଁ ପହଞ୍ଚିଥିଲେ। ମହର୍ଷି ଜମଦଗ୍ନି ତାଙ୍କୁ ଆଶ୍ରମର ଅତିଥି ଭାବି ଭଲଭାବେ ସ୍ବାଗତ କରିଥିଲେ। ମହର୍ଷି ଜମଦଗ୍ନିଙ୍କ ପାଖରେ ଦେବରାଜ ଇନ୍ଦ୍ରଙ୍କ ଦ୍ବାରା ପ୍ରାପ୍ତ ହୋଇଥିବା କାମଧେନୁ ନାମକ ଚମତ୍କାରୀ ଗାଈ ରହିଥିଲା।

kamdhenuଋଷି ଜମଦଗ୍ନି କାମଧେନୁ ଗାଈର ସାହାଯ୍ୟରେ କିଛି ସମୟ ମଧ୍ୟରେ ସହସ୍ତ୍ରାର୍ଜୁନ ଏବଂ ତାଙ୍କର ପୁରା ସୈନ୍ୟମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଥିଲେ। କାମଧେନୁ ଗାଈର ଏହି ଚମତ୍କାରୀ ଶକ୍ତି ଦେଖି ସହସ୍ତ୍ରାର୍ଜୁନଙ୍କ ମନରେ ତାଙ୍କୁ ପାଇବା ପାଇଁ ଇଛାଶକ୍ତି ଜାଗି ଉଠିଥିଲା। ସେ ଋଷି ଜମଦଗ୍ନିଙ୍କୁ କାମଧେନୁ ଗାଈ ଦେବା ପାଇଁ କହିଥିଲେ, କିନ୍ତୁ ସେ ମନାକରିଦେଇଥିଲେ। କାରଣ ସେ ହିଁ ଏକମାତ୍ର ତାଙ୍କ ଜୀବନର ଭରଣ ପୋଷଣର ଜରିଆ ବୋଲି କହିଥିଲେ। କିନ୍ତୁ ଏହି କଥା ସହସ୍ତ୍ରାର୍ଜୁନ ମାନିନଥିଲେ।

ନିଶ୍ଚୟ ପଢ଼ନ୍ତୁ : ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର, ଔଷଧ ନୁହେଁ ଶ୍ରୀମଦ୍ ଭଗବତ ଗୀତା ସାହାଯ୍ୟରେ ହୋଇପାରିବେ ରୋଗମୁକ୍ତ

ସହସ୍ତ୍ରାର୍ଜୁନ କ୍ରୋଧରେ ଋଷି ଜମଦଗ୍ନିଙ୍କର ଆଶ୍ରମକୁ ଭାଙ୍ଗି କାମଧେନୁ ଗାଈକୁ ନିଜ ସହ ନେଇ ଚାଲିଯାଇଥିଲେ କିନ୍ତୁ ସେହିସମୟରେ କାମଧେନୁ ଗାଈ ସହସ୍ତ୍ରାର୍ଜୁନଙ୍କ ହାତରୁ ଖସି ଯାଇ ସ୍ବର୍ଗକୁ ଚାଲିଯାଇଥିଲେ। ଏହାପରେ ଭଗବାନ ପର୍ଶୁରାମ ଆଶ୍ରମରେ ପହଞ୍ଚି ଆଶ୍ରମର ଏପରି ଅବସ୍ଥା ଦେଖିଥିଲେ ଏବଂ ତାଙ୍କ ପିତା-ମାତାଙ୍କୁ କରାଯାଇଥିବା ଅପମାନ କଥା ଶୁଣି କ୍ରୋଧ ଆସି ସେହି ସମୟରେ ସେ ସହସ୍ତ୍ରାର୍ଜୁନ ଏବଂ ତାଙ୍କର ପୁରା ସୈନ୍ୟମାନଙ୍କର ବିନାଶ କରିବା ପାଇଁ ସଂକଳ୍ପ ନେଇଥିଲେ।

jamdagniପର୍ଶୁରାମ ଭଗବାନ ଶିବଙ୍କ ଦ୍ବାରା ପ୍ରାପ୍ତ ହୋଇଥିବା ଶକ୍ତଶାଳୀ ଫାର୍ଶାକୁ ନେଇ ସହସ୍ତ୍ରାର୍ଜୁନଙ୍କର ନଗର ମାହିଷ୍ମତିରେ ପହଞ୍ଚିଥିଲେ। ପର୍ଶୁରାମ, ସହସ୍ରାଜୁର୍ନ ଏବଂ ତାଙ୍କ ସୈନ୍ୟମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା , ଯେଉଁଥିରେ ପର୍ଶୁରାମ ତାଙ୍କର ପ୍ରଚଣ୍ଡ ବଳରେ ସହସ୍ତ୍ରାର୍ଜୁନଙ୍କର ହଜାର ଭୂଜାକୁ କାଟି ତାଙ୍କୁ ବଧ କରିଥିଲେ।

ଆହୁରି ପଢ଼ନ୍ତୁ : ସୃପଣଖା ମଧ୍ୟ ଚାହୁଁଥିଲେ ନିଜ ଭାଇ ରାବଣର ସର୍ବନାଶ, ଜାଣନ୍ତୁ ରାମାୟଣକୁ ନେଇ ଏହି ଅଜଣା କଥା. . .

ସହସ୍ତ୍ରାର୍ଜୁନଙ୍କ ବଧ ପରେ ପର୍ଶୁରାମ ତାଙ୍କର ପିତା ଋଷି ଜମଦଗ୍ନିଙ୍କର ଆଦେଶ ଅନୁସାରେ ପ୍ରାୟଶ୍ଚିତ କରିବା ପାଇଁ ତୀର୍ଥ ଯାତ୍ରାରେ ଯାଇଥିଲେ, କିନ୍ତୁ ସେହିସମୟରେ ସହସ୍ତ୍ରାର୍ଜୁନଙ୍କର ପୁତ୍ର ତାଙ୍କର ସହଯୋଗୀ କ୍ଷେତ୍ରୀୟ ମାନଙ୍କ ସାହାଯ୍ୟରେ ତପସ୍ୟାରତ ଋଷି ଜମଦଗ୍ନଙ୍କର ଶିର କାଟି ବଧ କରିଥିଲେ। ସହସ୍ତ୍ରାର୍ଜୁନଙ୍କର ପୁତ୍ର ଆଶ୍ରମର ସବୁ ଋଷିଙ୍କୁ ହତ୍ୟା କରିବା ସହିତ ଆଶ୍ରମକୁ ମଧ୍ୟ ଜାଳିଦେଇଥିଲେ। ସେହି ସମୟରେ ମାତା ରେଣୁକା ସହାୟତା ବସତ ପୁତ୍ର ପର୍ଶୁରାମଙ୍କୁ ସ୍ମରଣ କରିଥିଲେ।

jamadagniପର୍ଶୁରାମ ମାତାଙ୍କର ସ୍ମରଣରେ ଆଶ୍ରମରେ ପହଞ୍ଚିବା ପରେ ମାତାଙ୍କୁ କାନ୍ଦିବା ଏବଂ ସେଠାରେ ପିତାଙ୍କର କଟା ମୁଣ୍ଡ ଓ ଶରୀର ପଡ଼ିଥିବାର ଦେଖିଥିଲେ। ଏହା ଦେଖି ପର୍ଶୁରାମ ବହୁତ କ୍ରୋଧିତ ହୋଇଥିଲେ। ଶେଷରେ ସେ କେବଳ ହୈହୟ ବଂଶ ନୁହେଁ ସମସ୍ତ କ୍ଷେତ୍ରୀୟ ବଂଶକୁ ୨୧ଥର ସଂହାର କରି କ୍ଷେତ୍ରୀୟ ବିହୀନ ଭୂମି କରିବା ପାଇଁ ସଂକଳ୍ପ କରି ଏହାକୁ ପୁରା କରିଥିଲେ। ଯାହାର ଉଲ୍ଲେଖ ପୁରାଣରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.