Below header

ସରିଲା ମାସକର ପବିତ୍ର କାର୍ତ୍ତିକ ବ୍ରତ, ପୁରୀରୁ ଘରବାହୁଡ଼ା ହୋଉଛନ୍ତି ହବିଷ୍ୟାଳି

ପୁରୀ(କେନ୍ୟୁଜ୍): ସରିଲା ମାସକର ପବିତ୍ର କାର୍ତ୍ତିକ ବ୍ରତ। ପବିତ୍ର ଓ ନିଷ୍ଠାର ସହ ଏକମାସ ଧରି କାର୍ତ୍ତିକ ବ୍ରତ ସାରିବା ପରେ ପୁରୀରୁ ଘରବାହୁଡ଼ା ହୋଇଛନ୍ତି ହବିଷ୍ୟାଳି। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ କାର୍ତ୍ତିକ ବ୍ରତ କରିବାକୁ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୨୫ହଜାର ବ୍ରତଧାରୀ ପୁରୀକୁ ଆସିଥିଲେ। ବିଭିନ୍ନ ହବିଷ୍ୟାଳି ଆଶ୍ରୟସ୍ଥଳୀରେ ଏକ ପରିବାର ଭଳି ଏକମାସ ବ୍ରତ କରିବା ପରେ ଆଜି ଘରକୁ ଫେରୁଛନ୍ତି। ଅନେକଙ୍କ ମଧ୍ୟରେ ଏକ ଭାବଗତ ସଂପର୍କ ଯୋଡ଼ି ହୋଇଥିବା ବେଳେ ଘରକୁ ପ୍ରତ୍ୟାବର୍ତ୍ତନ ନେଇ ଭାବାବେଗ ପରିବେଶ ସୃଷ୍ଟି ହୋଇଛି। ଏନେଇ ଘର ଫେରନ୍ତା ହବିଷ୍ୟାଳିଙ୍କ ସହ ଆଲୋଚନା କରିଛନ୍ତି ରିପୋର୍ଟର ଶୈଳେନ୍ଦ୍ର ଆଚାର୍ଯ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.