Below header

ନୂଆ ବର୍ଷ ଆପଣମାନଙ୍କ ପାଇଁ ମଙ୍ଗଳମୟ ହେଉ

ନମସ୍କାର
ଇଂରାଜୀ ନୂଆବର୍ଷରେ କେନ୍ୟୁଜ୍ର ସମସ୍ତ ଦର୍ଶକ ଏବଂ ପାଠକ ପାଠିକାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆପଣମାନେ ସପରିବାରେ ଖୁସି ଓ ମଙ୍ଗଳରେ ରୁହନ୍ତୁ । ଈଶ୍ୱରଙ୍କ ନିକଟରେ ଏହି ପ୍ରାର୍ଥନା କରୁଛୁ । ପୂର୍ବ ବର୍ଷ ଆପଣମାନଙ୍କ ସମର୍ଥନ ଏବଂ ଉତ୍ସାହରେ ଆମେ ଆଗକୁ ବଢ଼ିଥିଲୁ । ଆପଣମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଆମେ ସ୍ୱତନ୍ତ୍ର ଖବର ଦେଇ ଚାଲିଛୁ । ଯାହା ଅନ୍ୟମାନଙ୍କ ଠାରୁ ବେଶ୍‌ ଅଲଗା ଓ ନିଆରା । ଦର୍ଶକଙ୍କ ସ୍ୱୀକୃତି ଆମ ପାଇଁ ପୁଞ୍ଜି । ଆଶା କରୁଛୁ ଆଗକୁ ମଧ୍ୟ ଆପଣମାନଙ୍କ ତରଫରୁ ଏମିତି ସହଯୋଗ ମିଳିବ ଏବଂ ଆମ ଆପଣମାନଙ୍କ ହାତମୁଠାରେ ଖବର ପହଞ୍ଚାଇ ପାରିବୁ । ତେବେ ଏସବୁ ଭିତରେ ଆମେ ସୋସିଆଲ ମିଡିଆର ଲକ୍ଷ୍ମଣରେଖାକୁ ଟପିବୁ ନାହିଁ । ସୀମା ସରହଦ ମଧ୍ୟରେ ରହି କାର୍ଯ୍ୟ କରିବୁ । ଆଶା ଓ ବିଶ୍ୱାସ ପୂର୍ବ ଭଳି ଆମକୁ ଆପଣମାନଙ୍କ ଭଲ ପାଇବା ଏମିତି ମିଳୁଥିବ । ପୁଣିଥରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛୁ । ନୂଆ ବର୍ଷ ଆପଣମାନଙ୍କ ପାଇଁ ମଙ୍ଗଳମୟ ହେଉ ।

ସମ୍ପାଦକ, କେନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.