ଭିଜିଲାନ୍‌ସ ଦ୍ବାରା  ଗିରଫ ହୋଇଥିବା ଆଇଏଏସଙ୍କ ବଡ ବୟାନ, କହିଲେ ବିଭାଗୀୟ ଅଧିକାରୀ ତାଙ୍କୁ ଫସାଇ ଦେଇଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ଉଦ୍ୟାନ କୃଷି ବିଭାଗର ନିଲମ୍ବିତ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟଙ୍କୁ ଭିଜିଲାନ୍‌ସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ହାଜର କରାଯାଇଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟାରେ ବିଜୟକେତନ କହିଛନ୍ତି, ତାଙ୍କୁ ଫସାଇ ଦିଆଯାଇଛି । ବିଭାଗୀୟ ଅଧିକାରୀ ତାଙ୍କୁ ଫଶେଇ ଦେଇଥିବା ଅଭିଯୋଗ କରିଛନ୍ତି । ଲାଞ୍ଚ ନେବା ବେଳେ ଗତକାଲି ଭିଜିଲାନସ ହାତରେ ଧରାପଡ଼ିଥିଲେ ଆଇଏଏସ୍‌ ଅଫିସର ବିଜୟକେତନ ଉପାଧ୍ୟାୟ । ବିଲ୍‌ ପାସ କରାଇବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗ । ଏହାପରେ ଏକକାଳୀନ ତାଙ୍କର ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଜବତ କରିଥିଲେ । ତାଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.