Below header

ଅଲ ଇଣ୍ଡିଆ ଇଣ୍ଟର ୟୁନିଭର୍ସିଟି ଗେମ୍‌ସରେ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗରେ ଚାମ୍ପିଅନ ହୋଇଛି କିଟ୍‌ ଓ କିସ୍‌

କେନ୍ୟୁଜ୍(ବ୍ୟୁରୋ): ଅଲ ଇଣ୍ଡିଆ ଇଣ୍ଟର ୟୁନିଭର୍ସିଟି ଗେମ୍‌ସରେ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗରେ ଚାମ୍ପିଅନ ହୋଇଛି କିଟ୍‌ ଓ କିସ୍‌। ଚଣ୍ଡିଗଡରେ ଅନୁଷ୍ଠିତ ଏହି ଗେମ୍‌ସରେ ଚାମ୍ପିଅନ ହୋଇଥିବା କିଟ୍‌ ଓ କିସ୍‌ ଟିମ ଓଡ଼ିଶା ଫେରୁଛନ୍ତି। ଆଜି ୪୮ ଜଣ ଖେଳାଳି ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ୨୦୧୯ର ଶେଷ ରାତି ବିତାଇବେ। ଗୋଟିଏ ପଟେ ଚାମ୍ପିଅନ ହୋଇଛନ୍ତି ଅନ୍ୟପଟେ ନୂଆ ବର୍ଷ ପାଳନ, ଏହାକୁ ନେଇ ଉତ୍ସାହିତ ଅଛନ୍ତି ଖେଳାଳି। ସେମାନେ ତାଙ୍କ ସଫଳତାର ଶ୍ରେୟ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଦେଇଛନ୍ତି। ଏହାସହ ସେମାନେ ସମସ୍ତ ଓଡ଼ିଶାବାସୀ ଓ କିଟ୍‌ ଓ କିସ୍‌ ଛାତ୍ରୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.