୨୦୧୯ର ଶେଷ ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼, ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ଲୋକଙ୍କ ସମାଗମ

କେନ୍ୟୁଜ୍(ବ୍ୟୁରୋ):୨୦୧୯ର ଶେଷ ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ଲୋକ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲି ଆସିଛନ୍ତି । ମହାବଳ ବାଘ, ଆନାକୋଣ୍ଡା ସହ ବିଦେଶୀ କାପଚୁନ ମାଙ୍କଡ଼ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ବର୍ଷର ଶେଷ ଦିନରେ ପ୍ରାଣୀ ଉଦ୍ୟାନରେ କିଏ ସେଲଫି ନେଉଛି ତ ଆଉ କିଏ ବ୍ୟାଟେରୀ ଚାଳିତ ଗାଡ଼ିରେ ବୁଲି ମଜା ଉଠାଉଛି । ନୂଆ ବର୍ଷରେ ନନ୍ଦନକାନନର ସ୍ମୃତିକୁ ନିଜ ମନରେ ସାଇତି ରଖିବାର ଏଭଳି ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଗତ ୨୯ ତାରିଖରେ ନନ୍ଦନକାନନରେ ସର୍ବାଧିକ ପର୍ଯ୍ୟଟକ ଆସିଥିବା ରେକର୍ଡ କରାଯାଇଛି । ୪୦ହଜାରରୁ ଅଧିକ ପର୍ଯ୍ୟଟକ କେବଳ ଗୋଟିଏ ଦିନରେ ନନ୍ଦନକାନନ ବୁଲିଥିଲେ । ହେଲେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା କମିଛନ୍ତି । ନୂଆ ବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଆଗକୁ ଏଠାକୁ ଶ୍ରୀଲଙ୍କାରୁ ସିଂହ ଆଣିବାକୁ ଯୋଜନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.