Below header

ସମ୍ବଲପୁର: ବୁର୍ଲା ମେଡିକାଲ ଅଞ୍ଚଳରେ ଚାଞ୍ଚଲ୍ୟ, ରାସ୍ତାରେ ପଡିଛି ଶିଶୁର ମୁଣ୍ଡ ବିହୀନ ମୃତ ଦେହ

ସମ୍ବଲପୁର(କେନ୍ୟୁଜ୍):  ବୁର୍ଲା ମେଡିକାଲ ଟିବି ୱାର୍ଡ ନିକଟରୁ ଏକ ମୁଣ୍ଡ ବିହୀନ ଶିଶୁର ମୃତଦେହ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି। ମୃତ ଶିଶୁଟିକୁ କିଏ ଏଠାରେ ଫିଙ୍ଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶିଶୁଟି ଜନ୍ମ ହେବା ପରେ ତାର ମୃତ୍ୟୁ ହୋଇଥିବ ଆଉ ଏହାକୁ ମେଡ଼ିକାଲ କର୍ମଚାରୀ ମାନେ ଅଳିଆ ଗଦାରେ ଫୋପାଡ଼ି ଦେଇଥିବେ ବୋଲି ସନ୍ଦେହ କରାଯାଉଛି।

burla 1

ସେପଟେ କିନ୍ତୁ ବୁର୍ଲା ମେଡିକାଲରୁ ଆଜି କୌଣସି ଶିଶୁ ମୃତ୍ୟୁବରଣ କରିନଥିବା ସୂଚନା ମିଳିଛି। ତେବେ ଏହି ଶିଶୁଟିକୁ କିଏ ଓ କାହିଁକି ଏଠାରେ ଫିଙ୍ଗିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ।  ଶିଶୁଟିକୁ ହୁଏତ କୌଣସି କୁକୁର ମଇଳା ଗଦାରୁ ଉଠାଇ ଆଣିଥିବ ବୋଲି ମଧ୍ୟ ଅନୁମାନ କରାଯାଉଛି। ହୁଏତ କେହି ପ୍ରମାଣ ନଷ୍ଟକରିବାକୁ ଶିଶୁଟିର ମୁଣ୍ଡ କାଟି ଏଠାରେ ଫୋପାଡି ଦେଇଥିବା ସାଧାରଣରେ ସନ୍ଦେହ କରାଯାଉଛି ।ବୁର୍ଲା ସହରରେ ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଞ୍ଚଳର ବାସୀ କହିଛନ୍ତି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.