Below header

ଏହି କାମ କରୁଥିବା ଲୋକଙ୍କୁ କେବେବି ମିଳେନାହିଁ ମା ସରସ୍ୱତୀଙ୍କ ଆଶିର୍ବାଦ

ଚାଣକ୍ୟ ନୀତି ଅନୁସାରେ ମା ସରସ୍ୱତୀଙ୍କ କୃପା ଜୀବନରେ ବହୁତ ଆବଶ୍ୟକ ହୋଇଥାଏ। ଯଦି ଜୀବନରେ ମା ସରସ୍ୱତୀଙ୍କ କୃପା ଏବଂ ଆଶିର୍ବାଦ ରହିଥାଏ ତେବେ ସବୁ କାମ ଭଲରେ ଏବଂ ସୁଖରେ ସୁଖରେ ହୋଇଯାଏ। ଚାଣକ୍ୟ ନୀତି ଅନୁସାରେ କିଛି ଅଭ୍ୟାସ ଏମିତି ଅଛି, ଯେଉଁ କାରଣ ପାଇଁ ମା ସରସ୍ୱତୀଙ୍କ କୃପା ତାଙ୍କ ଉପରେ ପଡେନାହିଁ। ତେବେ ଆସନ୍ତୁ ଜାଣିବା ଚାଣକ୍ୟ ନୀତିଙ୍କ ଅନୁଯାୟୀ କଣ ସେହି କାମ ଯାହାକୁ କରିବା ଠାରୁ ଆପଣଙ୍କୁ ନିହାତି ଭାବେ ଦୂରେଇ ରହିବା ଉଚିତ।

ଆଳସ୍ୟରୁ ଦୂରେଇ ରୁହନ୍ତୁ

ଚାଣକ୍ୟଙ୍କ ଅନୁଯାୟୀ ଅଳସୁଆ ବ୍ୟକ୍ତିଙ୍କ ଜୀବନରେ ସଫଳତା ବହୁତ ମୁସକିଲରେ ଆସିଥାଏ। କାହିଁକିନା ଆଳସୁଆ ବ୍ୟକ୍ତି ଲାଭ ଏବଂ ପ୍ରଗତିକୁ ନିଜର ଆଳସ୍ୟ ଅଭ୍ୟାସ ପାଇଁ ହରାଇ ବସନ୍ତି। ଯେତେବେଳେ ଏମାନଙ୍କ ସହଯୋଗୀ ଆଗକୁ ବଢ଼ିଯିବେ, ସେତେବେଳେ ଏମାନଙ୍କୁ ଦୁଃଖ ଏବଂ ଯନ୍ତ୍ରଣା ହୋଇଥାଏ। ଏଥିପାଇଁ ଜୀବନରେ ଏମିତି ସ୍ଥିତିରେ କଦାପି ଆସନ୍ତୁନାହିଁ, ଆଳସ୍ୟ ତ୍ୟାଗ କରନ୍ତୁ ଆଉ ସଫଳତା ପାଆନ୍ତୁ।

saraswatiଜ୍ଞାନର ଉପଯୋଗ ଲୋକଙ୍କ ଭଲ ପାଇଁ କରନ୍ତୁ

ଜ୍ଞାନର ପ୍ରୟୋଗ ସବୁବେଳେ ମଣିଷର ଭଲ ପାଇଁ ହିଁ କରିବା ଉଚିତ। ଜ୍ଞାନକୁ ଆତ୍ମସାତ୍‌ କରିବା ଉଚିତ। ଜ୍ଞାନକୁ କେବେବି ଦେଖେଇହେବା ଭଳି ପ୍ରୟୋଗ କରନ୍ତୁନାହିଁ। ଏମିତି କଲେ ମାଆ ସରସ୍ୱତୀ ଆଶିର୍ବାଦ ଦିଅନ୍ତିନାହିଁ। ଜ୍ଞାନର ପ୍ରୟୋଗ ଲୋକଙ୍କ ଜୀବନରେ ଉତ୍ତମ ବନାଇବା ପାଇଁ କରିବା ଉଚିତ। ଯେଉଁ ମାନେ ଏପରି କରନ୍ତି ସେମାନଙ୍କୁ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ।

ସଫାସୁତୁରା ରୁହନ୍ତୁ

ସରସ୍ୱତୀ ଏବଂ ମା ଲକ୍ଷ୍ମୀଙ୍କୁ ସ୍ୱଚ୍ଚତା ବହୁତ ପ୍ରିୟ ହୋଇଥାଏ। ସ୍ୱଚ୍ଛତାକୁ ଆପଣେଇଲେ ବ୍ୟକ୍ତି କୁଶଳ ଏବଂ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏପରି ଲୋକଙ୍କ ଉପରେ ମା ସରସ୍ୱତୀ ଏବଂ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଆଶିର୍ବାଦ ପ୍ରାପ୍ତ କରନ୍ତି। ଏପରି ଲୋକଙ୍କ ପାଖରେ କେବେବି ଜ୍ଞାନ ଏବଂ ଧନର ଅଭାବ ରହେନାହିଁ। ମଇଳା ଠାରୁ ଦୂରେଇ ରହିବା ଉଚିତ କାହିଁକିନା ଏହା ଅନେକ ରୋଗକୁ ଜନ୍ମ ଦେଇଥାଏ।
ତେଣୁ ଯଦି ଆପଣ ଏହିସବୁ ଅଭ୍ୟାସକୁ ଦୂରେଇ ଦିଅନ୍ତି ତାହେଲେ ମା ସରସ୍ୱତୀ ନିଶ୍ଚୟ ଆପଣଙ୍କୁ ଆଶିର୍ବାଦ ପ୍ରାପ୍ତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.