ଗଣେଶଙ୍କ ଆଳତି ସମୟରେ ମନ୍ଦିରକୁ ପଶି ଆସିଲା ହାତୀ, ମୁଣ୍ଡ ନୁଅାଁଇ ଏମିତି ନେଲା ଆଶୀର୍ବାଦ, ଦେଖନ୍ତୁ ପୂରା ଭିଡିଓ

ସୋସିଆଲ ମିଡିଆରେ ହୃଦୟକୁ ଛୁଇଁଦେଲା ଭଳି ଏକ ହାତୀର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ମୁହଁରେ ହସ ଫୁଟି ଉଠିବ। ଭିଡିଓରେ ଦେଖିବାକୁ ମିଳୁଛି କି, ସନ୍ଧ୍ୟା ସମୟରେ ଭଗବାନ ଗଣେଶଙ୍କ ଆଳତି ଚାଲିଥିବା ବେଳେ ଏକ ହାତୀ ମନ୍ଦିର ପରିସର ଭିତରକୁ ଚାଲି ଆସୁଛି ଏବଂ ମୁଣ୍ଡ ନୁଅାଁଇ ଆଶୀର୍ବାଦ ନେଉଛି।

ଇଣ୍ଡିଆନ ଫରେଷ୍ଟ ସର୍ଭିସ୍‌ ଅଫିସର ପ୍ରବୀଣ ଅଙ୍ଗୁସାମୀ ଏହି ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ କି, ହାତୀ ମନ୍ଦିରକୁ ଆସି ଲୋକଙ୍କ ମଝିରେ ଛିଡ଼ା ହେଉଛି ଏବଂ ଆଳତିରେ ସାମିଲ ହେଉଛି। ନିଜ ଶୁଣ୍ଢକୁ ଉଠାଇ ଆଶୀର୍ବାଦ ନେବାରେ ଲାଗୁଛି। ପଛରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ଏହି ଭିଡିଓକୁ କ୍ୟାମେରାରେ ରେକର୍ଡ କରିଛନ୍ତି।

ଆଇଏଫ୍‌ଏସ୍‌ ଅଫିସର ଭିଡିଓ ଶେୟାର କରି କ୍ୟାପସନ ଲେଖିଛନ୍ତି, ‘ଗଣେଶ ନିଜେ ଏକ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି’। ୧୦ ଫେବୃଆରୀରେ ଶେୟାର ହୋଇଥିବା ଏହି ଭିଡିଓକୁ ହଜାରରୁ ଅଧିକ ଭ୍ୟୁ ମିଳିସାରିଥିବା ବେଳେ ୧୦୦ରୁ ଅଧିକ ଲାଇକ୍ସ ମିଳିଛି। ଭିଡିଓଟିକୁ ୟୁଜରମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଜଣେ ଲେଖିଛନ୍ତି, ‘ବହୁତ ସୁନ୍ଦର ଭିଡିଓ’। ସେହିପରି ଆଉ ଜଣେ ଲେଖିଥିଲେ, ‘ଏହି ଭିଡିଓକୁ ଦେଖି ମନ ଖୁସି ହୋଇଗଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.